Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ସୋର ଥାନା ଅଞ୍ଜିଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଂଜି ବଜାରରେ ଗତ ଦୁଇ ଦିନ ଧରି ଦୋକାନୀ ଓ ଗ୍ରାହକ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା।

ସନ୍ଧ୍ୟାରେ ଦୋକାନୀ ଓ ସ୍ଥାନୀୟ ଲୋକମାନେ ଏକ ଶାନ୍ତି କମିଟି ଡାକରା ଦେଇ କଥାର ସମାଧାନ ପାଇଁ ଆଲୋଚନା କରୁଥିଲେ। ଏହି ସମୟରେ କିଛି ଯୁବକ ଅଶାଳୀନ ମନ୍ତବ୍ୟ ଦେବାରୁ ଅନ୍ୟ କିଛି ଯୁବକ ସେମାନଙ୍କୁ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଏହି ସମୟରେ କିଛି ଲୋକ ୧୧୨ କୁ ଯୋଗାଯୋଗ କରିଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ । ସ୍ଥାନୀୟ ଲୋକେ ଆହତ ତିନି ଜଣଙ୍କୁ ୧୦୮ ଅମ୍ଭୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ।

Leave a Reply

Your email address will not be published. Required fields are marked *