ମଞ୍ଚ ଉପରେ ଟଳି ପଡିଲେ ନୃତ୍ୟଗୁରୁ ଶ୍ରୀଗଣେଶନ

ଶବ୍ଦ ଓଡିଶା ବ୍ୟୁରୋ: ମଞ୍ଚରେ ଟଳି ପଡିଲେ ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନ । ଭଞ୍ଜକଳା ମଣ୍ଡପରେ ଚାଲିଥିବା ନୃତ୍ୟ କାର୍ଯ୍ୟକ୍ରମରେ, ଦୀପ ପ୍ରଜ୍ୱଳନ କରିବାବେଳେ ଟଳି ପଡିଛନ୍ତି ଶ୍ରୀଗଣେଶନ ।
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭଞ୍ଜକଳା ମଣ୍ଡପରେ ଆୟୋଜିତ ରାଷ୍ଟ୍ରୀୟ ଜୟଦେବ ସମାରୋହର ଉଦଯାପନୀ ସନ୍ଧ୍ୟାରେ ଗୁରୁ ଶ୍ରୀ ଗଣେଶନ ଭାରତନାଟ୍ୟମ ପରିବେଷଣ କରିଥିଲେ । ତାପରେ ମଂଚରେ ଥିବା ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ଅନ୍ୟ ଅତିଥିମାନଙ୍କ ସହ ଦୀପ ପ୍ରଜ୍ୱଳନ କରିଥିଲେ । ହେଲେ ଏହା ପରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଯାଇଥିଲେ ।ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନ । ଟଳି ପଡିବା ପରେ ଶ୍ରୀଗଣେଶନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

You May Also Like

More From Author

+ There are no comments

Add yours