Sat. Oct 17th, 2026

ଖୋର୍ଦ୍ଧାଜିଲ୍ଲା,ବାଣପୁର ତହସିଲ ଅଫିସ ସମ୍ମୁଖରେ ୫ ଦିନବ୍ୟାପି ଅମଲାଙ୍କ ଆନ୍ଦୋଳନ। ଆଗାମୀ ୩୧ଜୁନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ। ୨୨.୦୫.୨୩ ଠାରୁ ୩୧.୦୫.୨୩ ପର୍ଯ୍ୟନ୍ତ କଳାବ୍ୟାଜ ଧାରଣ କରିବେ ଯଦି ସରକାର ନଶୁଣନ୍ତି ତେବେ ୦୧.୦୬.୨୩ରୁ ଅର୍ନିଦ୍ଧିଷ୍ଟ ସମୟ ପାଇଁ ସାମୁହୀକ ଛୁଟିରେ ରହିବେ କନିଷ୍ଠ ସହାୟକ ପଦବୀରେ ଥିବା ଆନ୍ଦୋଳନରତ କର୍ମଚାରୀ। ଯୋଗ୍ୟତା ଅନୁସାରେ ୨୦୧୭ ମସିହାରେ ସମସ୍ତ ସହକାରୀଙ୍କୁ ପଦୋନ୍ନତୀ କରାଯାଇ ଲେଭେଲ ୪ରୁ ଲେଭେଲ ୯ କରାଯାଇଥିଲା କିନ୍ତୁ ଆବଶ୍ୟକ ଅନୁସାରେ ଆନ୍ଦୋଳନରତ କର୍ମଚାରୀଙ୍କ ଯୋଗ୍ୟତା ଥାଇ ମଧ୍ୟ ସେମାନଙ୍କୁ ପଦୋନ୍ନତୀ ମିଳିନଥିଲା। ନିଜର ନାର୍ଯ୍ୟଦାବୀ ପାଇଁ ସରକାରଙ୍କ ସହ ଆପୋଷ ଆଲୋଚନା କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିବାରୁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି କନିଷ୍ଠ ସହାୟକମାନେ। ଆଗାମୀ ସମୟରେ ରାଜ୍ୟ ସରକାର ଯଦି କୋଣଷି ବିଚାର ନ କରନ୍ତି ତେବେ ଅମଲା ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସରକାରଙ୍କୁ ସୂଚାଇଛନ୍ତି।ଅମଲା ସଂଘର ମୃଖ୍ୟଦାବୀ ଲେଭେଲ୍ ୪ରେ ଦୀର୍ଘଦିନ ରହି ଲେଭେଲ୍ ୯କୁ ପରିଗଣିତ କରାଯାଉ। ଫଳରେ ବେତନର ଅଭିବୃଦ୍ଧି ଘଟିବ। ବିଭିନ୍ନ ବିଭାଗୀୟ କନିଷ୍ଠ ସହାୟକ କର୍ମଚାରୀ ଏଥିରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *