୫ ତାରିଖ ପର୍ଯ୍ୟନ୍ତ ସବୁ ସାଂଗଠନିକ କାର୍ଯ୍ୟକ୍ରମକୁ ରଦ୍ଦ କଲା ବିଜେପି

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଭୟାବହ ଟ୍ରେନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଜେପି ନିଜର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଦେଇଛି ।
ସୂଚନା ଅନୁସାରେ, ଗତକାଲି ଏହି ଟ୍ରେନ ଦୁର୍ଘଟଣାର ଖବର ଶୁଣି ରାଜ୍ୟ ସଭାପତି ମନମୋହନ ସାମଲ ନିଜର ୩ ଦିନିଆ ଅବିଭକ୍ତ କୋରାପୁଟ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ବ୍ରହ୍ମପୁରଠାରୁ ଫେରି ଆସିଥିଲେ । ରାଜ୍ୟ ସଭାପତିଙ୍କ ସହ ଦଳର ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ ।

You May Also Like

More From Author

+ There are no comments

Add yours