କମିଲା ଗ୍ୟାସ ଦର

ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର । ଦିଲ୍ଲୀରେ ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ । ଗତ ମେ’ରେ ୧୭୨ ଟଙ୍କା ଶସ୍ତା ହୋଇଥିଲା । ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ନୂତନ ମୂଲ୍ୟ ୧୭୭୩ ଟଙ୍କା ହୋଇଛି । ଗତ ମାସରେ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ୧୮୫୬.୫୦ ଟଙ୍କା ଥିଲା। ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି । ମୁମ୍ବାଇରେ ୧୭୨୫ ଟଙ୍କାରେ ବିକ୍ରି ହେଉଛି ଏବଂ ଚେନ୍ନାଇରେ ଏଲପିଜି ମୂଲ୍ୟ ୧୯୭୩ ଟଙ୍କା । କୋଲକାତାରେ ଏହାର ମୂଲ୍ୟ ୧୯୬୦.୫୦ ରୁ ୧୮୭୫.୫୦ ଟଙ୍କାକୁ ହ୍ରାସ କରାଯାଇଛି । ମୁମ୍ବାଇରେ ୮୩.୫୦ ଟଙ୍କା ୧୮୦୮.୫୦ ରୁ ୧୭୨୫ ଟଙ୍କା ଶସ୍ତା ହୋଇଛି । ଏଥି ସହିତ ଚେନ୍ନାଇରେ ଏଲପିଜି ଗ୍ୟାସ ୨୦୨୧.୫୦ ରୁ ୮୪.୫୦ ଟଙ୍କାକୁ ହ୍ରାସ ହୋଇ ୧୯୩୭ ଟଙ୍କାକୁ ପହଞ୍ଚିଛି ।ତେବେ ଗତ କିଛି ମାସ ଧରି ଘରୋଇ ଏଲପିଜି ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ଥର ମାର୍ଚ୍ଚ ମାସରେ ଏଥିରେ ପରିବର୍ତ୍ତନ ଆସିଥିଲା । ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲେହରେ ୧୩୪୦, ଆଇଜୱାଲରେ ୧୨୬୦, ଭୋପାଳରେ ୧୧୦୮.୫, ଜୟପୁରରେ ୧୧୦୬.୫, ବେଙ୍ଗାଲୁରୁରେ ୧୧୦୫.୫ ଟଙ୍କା, ଦିଲ୍ଲୀରେ ୧୧୦୩ ଟଙ୍କା, ମୁମ୍ବାଇରେ ୧୧୦୨.୫ ଟଙ୍କା ଏବଂ ଶ୍ରୀନଗରରେ ୧୨୧୯ ଟଙ୍କା ରହିଛି ।କମର୍ସିଆଲ ଗ୍ୟାସ୍ ସିଲିଣ୍ଡରକୁ ବାଦ ଦେଲେ ପେଟ୍ରୋଲିୟମ କମ୍ପାନୀ ଫ୍ଲାଇଟ ଇନ୍ଧନରେ ଦାମ ବି ବହୁତ ଖସାଇଥିବା ଜଣାଯାଇଛି। ତେବେ ଘରୋଇ ସିଲିଣ୍ଡର ଦାମ୍ ଏବେ ୧୧ଶହ ଟଙ୍କା ଉପରେ ଥିବାରୁ ଉପଭୋକ୍ତାଙ୍କ ପକେଟକୁ ଏହା ଖୁବ୍ ବାଧୁଛି। ହେଲେ ଏହାର ମୂଲ୍ୟ ଖସାଇବା ନିମନ୍ତେ କୌଣସି ଉଦ୍ୟମ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

You May Also Like

More From Author

+ There are no comments

Add yours