Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ତମାଖୁ ଉତ୍ପାଦନ ବନ୍ଦ ପାଇଁ ଓଡ଼ିଶାର ଶହଶହ ଅନୁଷ୍ଠାନ ଶପଥ ନେଇଛନ୍ତି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିରରୁ ଅନେକ ସରକାରୀ ଅଧିକାରୀ,ଶହଶହ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅନୁଷ୍ଠାନ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ସ୍କାଉଟ ଆଣ୍ଡ ଗାଇଡସ୍, ଡାକ୍ତର,ନର୍ସ ଏକ ବିରାଟ ରାଲିରେ ଆସି ପବିତ୍ର ଶରଧାବାଲିରେ ତମାଖୁ ବର୍ଜନ ପାଇଁ ସଂକଳ୍ପ ନେଇଥିଲେ । ମିଶନ ଓଡ଼ିଶାର ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ହୋଇଥିଵା ଏହି ରାଲିକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସମାଜସେବୀ ଚକ୍ରଧର ମହାପାତ୍ର ମିଳିତଭାବେ ଉଦଘାଟନ କରିଥିଲେ ।

ଶରଧାବାଲି ଠାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଜିଲ୍ଲା ତମାଖୁ ନିୟନ୍ତ୍ରଣ କମିଟିର ସହଯୋଗରେ ଅନୁଷ୍ଠିତ ସଚେତନତା ସଭା ସମାଜସେବୀ ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଉଦଘାଟକ ଭାବେ ଯୋଗ ଦେଇ ତମାଖୁ ଉତ୍ପାଦନ ବନ୍ଦ ପାଇଁ ଖୁବ୍ ଶୀଘ୍ର ଏକ ସ୍ମାରକ ପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହ ପୁରୀ ବଡ଼ଦାଣ୍ଡକୁ ତମାଖୁ ମୁକ୍ତ ବଡ଼ଦାଣ୍ଡ କରାଯିବାର ଘୋଷଣା କରିଥିଲେ ।

ଏହି ଉତ୍ସବରେ ଓଡ଼ିଶାର ବିଶିଷ୍ଟ ଡାକ୍ତର ମନୋଜ ସାହୁ, ଡାକ୍ତର ଲଲାଟେନ୍ଦୁ ମିଶ୍ର, ଡାକ୍ତର ସୁଦର୍ଶନ ପୋଥାଳ, ଡାକ୍ତର ବିରଜାଶଂକର ରଥ, ଡ୍ରଗସ୍ ଇନ୍ସପେକ୍ଟର ଅଞ୍ଜନ କୁମାର ସାହୁ, ସମାଜସେବୀ ରାଜେଶ୍ ମିଶ୍ର, ଲୋକମେଳା ସଂପାଦକ ରାଜେଶ କୁମାର ମହାନ୍ତି, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟଶଂକର ଯୋଶୀ, ସମାଜସେବୀ ଡ ଅଭିମନ୍ୟୁ ଭୂୟାଁ, ଜିଲ୍ଲା ତମାଖୁ ନିୟନ୍ତ୍ରଣ କମିଟି ପରାମର୍ଶଦାତା ଡାକ୍ତର ସୁଶାନ୍ତ କୁମାର ବିଶ୍ଵାଳ, ଏନସିସି ଅଧିକାରୀ ବିବି ହେମ୍ବ୍ରମ ଓ ଇନ୍ଦ୍ରଜିତ ସିଂ, ଶିକ୍ଷାବିତ୍ ଜଗବନ୍ଧୁ ମିଶ୍ର , ହେକ୍ଟର ମିଶ୍ର, ଡାକ୍ତର ଦେବ ଦାସ , ରବିନ୍ଦ୍ର ପ୍ରଧାନ,ଟି.ନାରାୟଣ ରାଓ,ଅଶୋକ କୁମାର ସାହୁ, ମନୋଜ ପଣ୍ଡା,ପ୍ରଶାନ୍ତ ପରିଜା, ଏନସିସି ଅଧିକାରୀ ଶୁଭେନ୍ଦୁ ମିଶ୍ର,ଶ୍ୟାମ ପ୍ରକାଶ ସେନାପତି,ପ୍ରମୁଖ ଯୋଗଦେଇଥିଲେ l

ଯୁବ ସାମ୍ବାଦିକ ବିଶ୍ଵନାଥ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କେଦାରନାଥ ମହାପାତ୍ର, ସୌମ୍ୟରଞ୍ଜନ ମହାପାତ୍ର, ଗୋବିନ୍ଦ ପାତ୍ର, ଉପେନ୍ଦ୍ର ବିଶ୍ଵାଳ, ବିଶ୍ବନାଥ ଦାସ, କମାଣ୍ଡର ଲାଲା ଅନନ୍ତ କୁମାର ସିଂହ ,ହୃଷିକେଶ ପ୍ରଧାନ ଦେବରାଜ ଦାସ, ସତ୍ୟନାରାୟଣ ସାହୁ, ଦେବେନ୍ଦ୍ର,ଜଗନ୍ନାଥ ଷଡଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *