ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର

ଶବ୍ଦ ଓଡିଶା ବ୍ୟୁରୋ: କମିଲା କମର୍ସିଆଲ ଗ୍ୟାସ ଦର । ଦିଲ୍ଲୀରେ ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ । ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ନୂତନ ମୂଲ୍ୟ ୧୭୭୩ ଟଙ୍କା ହୋଇଛି । ଗତ ମାସରେ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ୧୮୫୬.୫୦ ଟଙ୍କା ଥିଲା। ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି ।
ମୁମ୍ବାଇରେ ୧୭୨୫ ଟଙ୍କାରେ ବିକ୍ରି ହେଉଛି ଏବଂ ଚେନ୍ନାଇରେ ଏଲପିଜି ମୂଲ୍ୟ ୧୯୭୩ ଟଙ୍କା ରହିଛି । କୋଲକାତାରେ ଏହାର ମୂଲ୍ୟ ୧୯୬୦.୫୦ ରୁ ୧୮୭୫.୫୦ ଟଙ୍କାକୁ ହ୍ରାସ କରାଯାଇଛି । ମୁମ୍ବାଇରେ ୮୩.୫୦ ଟଙ୍କା ୧୮୦୮.୫୦ ରୁ ୧୭୨୫ ଟଙ୍କା ଶସ୍ତା ହୋଇଛି । ଏଥି ସହିତ ଚେନ୍ନାଇରେ ଏଲପିଜି ଗ୍ୟାସ ୨୦୨୧.୫୦ ରୁ ୮୪.୫୦ ଟଙ୍କାକୁ ହ୍ରାସ ହୋଇ ୧୯୩୭ ଟଙ୍କାକୁ ପହଞ୍ଚିଛି ।

You May Also Like

More From Author

+ There are no comments

Add yours