Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଉଦଘାଟିତ ହୋଇଛି ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଟ୍ରେନିଂ ସେଣ୍ଟରଗୁଡିକୁ ଲୋକାର୍ପିତ କରିଛନ୍ତି । ୩ଟି ଏକାଡେମୀ ହେଉଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରେନା । ଏହି ଏକାଡେମୀରେ ଫିଲାକୁ ଫୁଟବଲ ଟ୍ରେନିିଂ ଦିଆଯିବ ।

ଏହି ଅବସରରେ କ୍ରୀଡାମନ୍ତ୍ରୀ କହିଛନ୍ତି, ହକି ଭଳି ଓଡିଶାରେ ଫୁଟବଲକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ସେହଭଳି କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ଅଭ୍ୟାସ ପାଇଁ ଏକ ଗ୍ରାଉଣ୍ଡ ଓ ୟୁନିଟ-୧ରେ ଏକ ସିନ୍ଥେଟିକ ଗ୍ରାଉଣ୍ଡ ମଧ୍ୟ ଉଦଘାଟିତ ହୋଇଛି । ଏହାର ନିର୍ମାଣ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଉଦଘାଟନୀ ଉତ୍ସବରେ ଭାରତୀୟ ସିନିୟର ଫୁଟବଲ ଟିମ ଓ ଟିମର କୋଚ ସାମିଲ ହୋଇଥିଲେ ।

ରାଜ୍ୟର କ୍ରୀଡ଼ା ବିକାଶରେ ଏହା ଅନ୍ୟତମ ମାଇଲଖୁଣ୍ଟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ବାଳିକାଙ୍କ ପାଇଁ ଫୁଟ୍‌ବଲ୍ ଏକାଡେମି ଖୋଲିବା ସହ ସେଠାରେ ଏକ କୃତ୍ରିମ ଟର୍ଫ ବିଶିଷ୍ଟ ତାଲିମ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ସୂଚନା ଦିଆଯାଇଛି। ଉପରୋକ୍ତ ଏକାଡେମି ଗୁଡ଼ିକରେ ୬ରୁ ୧୨ ବ‌ର୍ଷ ବୟସର ଖେଳାଳିଙ୍କୁ ତୃଣମୂଳମାନରୁ ତାଲିମ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *