Wed. Oct 14th, 2026

ଅନୁଷ୍ଠିତ ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଓ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସବୁଜ ସଂକେତ ମିଳିଛି। ଏଥିପାଇଁ ବେସରକାରୀ ଜମି ଅଧିଗ୍ରହଣ ନିମିତ୍ତ ଏକ ଜନ ଶୁଣାଣୀ ଆଜି ଅନୁଷ୍ଠିତ ହୋଇଥିଲା।ଷଣ୍ଢପୁର ମଙ୍ଗଳା ମଣ୍ଡପ ଠାରେ ଅନୁଷ୍ଠିତ ଏହି ଜନ ଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ବିମାନ ବନ୍ଦର ପ୍ରତିଷ୍ଠା ସମ୍ପର୍କରେ ଜନସାଧାରଣ ସେମାନଙ୍କ ର ମତାମତ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ ବିମାନ ବନ୍ଦର ପ୍ରତିଷ୍ଠା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବା ସହ ସେମାନଙ୍କ ମତାମତ କୁ ସରକାରଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ସୂଚନା ଦେଇଥିଲେ।

ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ଭୂ ଅର୍ଜନ ଅଧିକାରୀ ନିରଞ୍ଜନ ବାରିକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିମାନ ବନ୍ଦର ପାଇଁ ମୋଟ ୧୧୬୪.୮୩୬ ଏକର ଜମିର ଆବଶ୍ୟକତା ଥିବା ବେଳେ ସେଥି ମଧ୍ୟରୁ ସିପସୁରୁବୁଲି ଗ୍ରାମର ୧୫୩.୩୭୦ ଏକର ଓ ଷଣ୍ଢପୁର ଗ୍ରାମର ୬୮.୪୮୦ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବ ବୋଲି କହିଥିଲେ। ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ଏସ ଆଇ ଏ ୟୁନିଟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଅନୁଷ୍ଠାନ ପ୍ରସ୍ତୁତ କରିଥିବା ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ ଉପସ୍ଥାପନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ଭୂ ଅର୍ଜନ ଅଧିକାରୀ ଉମାକାନ୍ତ ବାରିକ, ନିର୍ଦ୍ଦେଶ ପ୍ରତିନିଧି ଗିରିଧାରୀ ପଟ୍ଟନାୟକ , ବ୍ରହ୍ମଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ,ଉତ୍କଳ ବିଦ୍ୟୁତ ପରିଷଦର ଅଧ୍ୟକ୍ଷ ମନୋଜ କୁମାର ରଥ, ଫିଲ୍ଡ ସୁପରଭାଇଜର ବେଣୁମାଧବ ସୁବୁଦ୍ଧି, ଗୋରୁଆଳ ସରପଂଚ ନିରଞ୍ଜନ ମିଶ୍ର, ସମିତି ସଭ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ।ଉପସ୍ଥିତ ଜନ ସାଧାରଣ ମଧ କ୍ଷତି ପୂରଣ, ଥଇଥାନ, ନିଯୁକ୍ତି, ଶିକ୍ଷା, ଚିକିତ୍ସା ସୁବିଧା ଇତ୍ୟାଦି ସମ୍ପର୍କରେ ସେମାନଙ୍କ ମତାମତ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *