ଶବ୍ଦ ଓଡିଶା ବ୍ୟୁରୋ: ଯୁକ୍ତ୨ କଲେଜର ପ୍ରଥମ ବର୍ଷରେ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମଲେଖା । ୧୧ଟାରେ ସାମ୍ସ ପୋର୍ଟାଲ www.samsodisha.gov.in ରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ଜୁନ୍ ୨୦ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ । ଜୁନ୍ ୨୮ ତାରିଖ ପୂର୍ବାହ୍ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁନ୍ ୨୯ରୁ ଜୁଲାଇ ୫ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।
