Thu. Oct 15th, 2026

ଉମରକୋଟ-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭାମିନି ପଞ୍ଚାୟତ ର ବୈପାରି ଭଟା ଜଙ୍ଗଲ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ଓ ଯୁବତୀ ଙ୍କ ଝୁଲନ୍ତା ଶବ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଉମରକୋଟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଉମରକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ବ୍ୟବଛେଦ ପାଇଁ ପଠାଇ ଛନ୍ତି। ପରିବାର ପକ୍ଷରୁ ଝିଅର ବାପା ଓ ପୁଅ ର ଦାଦା ଆସି ଶବ ଚିହ୍ନଟ କରିଥିଲେ। ଯୁବକ ଙ୍କ ନାମ ମନବତ ଭତରା (୧୮) ଯୁବତୀ ଙ୍କ ନାମ ପୁନେଇଁ ଭତରା (୧୮) ବୋଲି ଜଣା ପଡିଛି। ଉଭୟେ ବକୋଦା ପଞ୍ଚାୟତ ର ତାରା ଗାଁ ଓ ଗୋଟି ଗୁଡ଼ା ଗ୍ରାମର। ଗତ କାଲି ଯାତ୍ରା ଦେଖି ଆସି ଘରକୁ ଫେରି ନଥିଲେ। ଆଜି ଦିନ ରେ ବୈପାରି ଭଟା ଜଙ୍ଗଲରେ ଏକ ଗଛରେ ଓଢଣୀ ରେ ଦୁଇ ଜଣଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ ପୁନେଇଁ ମନବତ ଙ୍କ ଭାଉଜ ର ଭଉଣୀ ହୋଇଥିବାରୁ ଉଭୟେ ଉଭୟ ଙ୍କୁ ପୂର୍ବ ପରିଚିତ ଥିଲେ। ଦୁହେଁ ଗୋଟିଏ ଘରେ ରହୁଥିଲେ।ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଥିବ ଏଣୁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି ବୋଲି ଅଞ୍ଚଳରେ ଚର୍ଚା ହେଉଛି। ସଂଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ଉଭୟ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *