Thu. Oct 15th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ନେତାଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି। ସେଭଳି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ମଧ୍ୟ ବଢିଛି। ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ, ମୋଦିଙ୍କ ପରେ ରାହୁଲ ଲୋକପ୍ରିୟତାର ଦ୍ବିତୀୟ ସ୍ଥାନରେ ଅଛନ୍ତି।ଲୋକନୀତି-ସେଣ୍ଟର ଫର ଦ ଷ୍ଟଡି ଅଫ୍ ଡେଭଲପମେଣ୍ଟ ସୋସାଇଟିଜ(ସିଏସ୍‌ଡିଏସ୍‌) ଓ ଏନ୍‌ଡିଟିଭି ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ, ଜବାବ ଦେଉଥିବା ୪୩% ଲୋକଙ୍କ କହିବା ଅନୁସାରେ, ମୋଦି ସରକାରଙ୍କୁ ତୃତୀୟ ଥର ସୁଯୋଗ ଦିଆଯିବ ଦରକାର। ସେଭଳି ୩୮% ଲୋକ ଏହା ବିରୋଧରେ ଅଛନ୍ତି। ଆଜି ଯଦି ନିର୍ବାଚନ ହୁଏ ତେବେ କଂଗ୍ରେସର ସ୍ଥିତି ନିହାତି ସୁଧୁରିଥିବାର ଦେଖିବାକୁ ପାଇବେ। ସର୍ଭେରେ ସାମିଲ ୪୦% ଲୋକେ ବିଜେପିକୁ ଭୋଟ୍ ଦେବା ପାଇଁ ପ୍ରସ୍ତୁତ। ସେଭଳି କଂଗ୍ରେସର ମାମଲାରେ ଏହି ସଂଖ୍ୟା ୨୯% ରହିଛି।ମୋଦିଙ୍କୁ ୪୩ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି। ସେଭଳି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କଙ୍କ ୨୭% ଲୋକ ପସନ୍ଦ କରିଛନ୍ତି। ସବୁଠାରୁ ଖାସ୍ କଥା ଏହା ଯେ, ଏହି ରେସ୍‌ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୪% ସହିତ ତୃତୀୟ ସ୍ଥାନରେ ଅଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ୩% ଲୋକ ପସନ୍ଦ କରିଛନ୍ତି। ସେଭଳି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମାମଲାରେ ଏହା ମାତ୍ର ୧% ଥିଲା। ସର୍ଭେ ଅନୁସାରେ, ୩୪ ପ୍ରତିଶତ ଉତ୍ତରଦାତାଙ୍କ ମତରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇପାରିବେ। ଏହି ମାମଲାରେ କେଜ୍ରିଓ୍ବାଲ ୧୧% , ଅଖିଳେଶ ଯାଦବ ୫% ଓ ମମତା ବାନାର୍ଜୀଙ୍କୁ ୪% ଲୋକ ପସନ୍ଦ କରିଛନ୍ତି। ସବୁଠାରୁ ଖାସ୍ କଥା ଯେ, ସର୍ଭେରେ ଭାଗ ନେଇଥିବା ୯% ଲୋକଙ୍କ ମତରେ କେହି ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇପାରିବେନି।

Leave a Reply

Your email address will not be published. Required fields are marked *