ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ମେ ୨୮ ତାରିଖ ମଧ୍ୟାହ୍ନ ୧୨ଟାରେ ନବନିର୍ମିତ ସଂସଦ ଭବନର ଉଦଘାଟନ କରିବେ । ନୂଆ ସଂସଦ ଭବନକୁ ନିର୍ମାଣ ପାଇଁ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ଭବନରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହାର ହଲରେ ୧୨୨୪ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିଧିବଦ୍ଧ ଭାବେ ସକାଳୁ ପୂଜାପାଠ ଆରମ୍ଭ କରାଯିବ ।
ନୂଆ ସଂସଦ ଭବନର ଉଦଘାଟନ ପାଇଁ ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି । ମେ ୨୮ ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନୂଆସଂସଦ ଭବନର ଉଦଘାଟନ କରିବେ । କାର୍ଡରେ ନୂଆ ସଂସଦ ଭବନର ଫଟୋଚିତ୍ର ମଧ୍ୟ ଉଲ୍ଲେଖ ରହିଛି । ସମସ୍ତ ଅତିଥିଙ୍କୁ କୁହାଯାଇଛି ଯେ ସେମାନେ ୧୧.୩୦ ସୁଦ୍ଧା କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବେ ।
ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ୨୦୧୯ ଅଗଷ୍ଟ ୧୫ ତାରିଖରେ କେନ୍ଦ୍ର ସରକାର ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ଏହା ପରେ ୨୦୨୦ ଡିସେମ୍ବର ୧୦ତାରିଖରେ ନୂଆ ସଂସଦ ଭବନର ଅଧାର ରଖାଯାଇଥିଲା ଏହାର ନିର୍ମାଣ କାମର ଟେଣ୍ଡର ଟାଟା ପ୍ରୋଜେକ୍ଟକୁ ଦିଆଯାଇଥିଲା । ପ୍ରଥମେ ଏହାର ନିର୍ମାଣ ଖର୍ଚ୍ଚ ୮୬୧ କୋଟି ରହିଥିଲା । ତେବେ ପରେ ଏହାକୁ ବଢାଇ ୧୨ ଶହ କୋଟି କରାଯାଇଥିଲା ।
+ There are no comments
Add yours