ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

ଶବ୍ଦ ଓଡିଶା ବ୍ୟୁରୋ: ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ନାମଲେଖା ପାଇଁ ଖୋଲିବ ସାମ୍ସ ପୋର୍ଟାଲ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ମିଳିଛି ସୂଚନା । ରାଜ୍ୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । ସିବିଏସ୍ଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି ।

ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ହଜାର ୪୦୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ୨୦୬୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଥିବାବେଳ ଯୁକ୍ତ ଦୁଇ ଶ୍ରେଣୀରେ ମୋଟ ୫ଲକ୍ଷ ୯ହଜାର ସିଟ ରହିଛି। ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି ।

You May Also Like

More From Author

+ There are no comments

Add yours