୨ ହଜାର ଟଙ୍କିଆ ବଦଳାଇବା ସହଜ, ପୂରଣ କରିବାକୁ ପଡିବ ନାହିଁ କୌଣସି ଫର୍ମ

ଶବ୍ଦ ଓଡିଶା ବ୍ୟୁରୋ: ଆପଣଙ୍କ ପାଖରେ ୨ ହଜାର ଟଙ୍କାର ନୋଟ ଅଛି ଆଉ ଆପଣ ଏହାକୁ ବଦଳାଇବାକୁ ବ୍ୟାଙ୍କ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ବିନା କୌଣସି ପରିଚୟପତ୍ରରେ ୨ ହଜାର ଟଙ୍କାର ନୋଟକୁ ଅନ୍ୟ ମୂଲ୍ୟର ନୋଟରେ ବଦଳାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଫର୍ମ ଭରିବାକୁ ପଡିବନାହିଁ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜ୍ଞପ୍ତିରେ କହିଛି ଯେ, ୨ ହଜାର ଟଙ୍କାର ନୋଟକୁ ବଦଳାଇବା ପାଇଁ କୌଣସି ବ୍ୟକ୍ତିଙ୍କୁ ପରିଚୟ ପତ୍ର ଦେବାକୁ ପଡିବ ନାହିଁ । ଆପଣଙ୍କୁ ଏଥିପାଇଁ କୌଣସି ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ ନାହିଁ । ୨୦ ହଜାର ଟଙ୍କା ଯାଏ ୨ ହଜାର ଟଙ୍କାର ନୋଟକୁ ଆପଣ ପରିବର୍ତ୍ତନ କରିପାରିବେ । ଗୋଟିଏ ଥରରେ ଆପଣ ଏହାକୁ ବଦଳାଇପାରିବେ ।

ମେ ୨୩ରୁ ୨୦୨୩ ସେପ୍ଟେମ୍ବର ୩୦ ମଧ୍ୟରେ କୌଣସି ବ୍ୟକ୍ତିଙ୍କ ପାଖରେ ୨ ହଜାର ଟଙ୍କାର ନୋଟ ଅଛି ସେ ଅନ୍ୟ ମୂଲ୍ୟର ନୋଟ ସହ ଏହାକୁ ବଦଳାଇପାରିବେ । ଏହିଭଳି ଭାବରେ ଆକାଉଣ୍ଟରେ ୨ ହଜାର ନୋଟ ଜମା କରିବା ପାଇଁ କୌଣସି ଅତିରିକ୍ତ ଫର୍ମ ଭରିବାକୁ ପଡିବ ନାହିଁ । ଟଙ୍କା ଜମା ପାଇଁ ଯେଉଁ ନିୟମ ରହିଛି ବ୍ୟାଙ୍କରେ ବର୍ତ୍ତମାନ ମଧ୍ୟ ସେହି ନିୟମର ପାଳନ କରାଯିବ ।

You May Also Like

More From Author

+ There are no comments

Add yours