ବଡ଼ଦାଣ୍ଡରେ ସିସିଟିଭି ସବୁଠି କାର୍ଯ୍ୟ କରୁନାହିଁ। ଜୁନ୍ ୨୦ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି । ସେହିପରି ଆଉ କିଛି ଦିନ ପରେ ଅର୍ଥାତ ଜୁନ୍ ୪ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ପୁରୀକୁ ଆସିବେ । କିନ୍ତୁ ପୁରୀ ସହରର ୩ଟି ମୁଖ୍ୟ ପ୍ରବେଶ ପଥରେ ସିସିଟିଭି ଭାଙ୍ଗିଯାଇଥିଲେ ବି ଏହାକୁ ସଜାଡ଼ିବା ପାଇଁ ତତ୍ପରତା ପ୍ରକାଶ ପାଉନାହିଁ। ସୂଚନା ଥାଉକି, ୨୦୧୫ ନବକଳେବର ବର୍ଷ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପୁରୀ ସହର ଓ ପ୍ରବେଶ ପଥରେ ସିସିଟିଭି ଲଗାଇଥିଲେ। ଭୁବନେଶ୍ବର ଦିଗରୁ ମାଳତୀପାଟପୁର, କୋଣାର୍କ ଦିଗରୁ ଆସୁଥିବା ରାସ୍ତାରେ ଭୂଦାନ ଛକ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ରାସ୍ତାରେ ମଙ୍ଗଳାହାଟ ଛକରେ ସିସିଟିଭି ଲଗାଯାଇଥିଲା। ଠିକ୍ ଠାକ୍ ଚାଲିଥିଲେ ମଧ୍ୟ ଫନି ବାତ୍ୟାରେ ସିସିଟିଭି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲା। ଓଡ଼ିଶା ପୁଲିସ୍ ହାଉସିଙ୍ଗ କର୍ପୋରେସନ ପକ୍ଷରୁ ପୁରୀର ପ୍ରବେଶ ପଥ ସମେତ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ସିସିଟିଭି ଲଗାଯାଇଥିଲା। ବଡ଼ଦାଣ୍ଡ ମଧ୍ୟରେ ୧୫୦ ଫିକ୍ସଡ ସିସିଟିଭି କ୍ୟାମେରା ଓ ୩୧ଟି ମୁଭେବୁଲ କ୍ୟାମେରା, ଶ୍ରୀମନ୍ଦିର ମଧ୍ୟରେ ୪୫ଟି ଫିକ୍ସଡ କ୍ୟାମେରା ଓ ୧୭ଟି ରୋଟେଟିଙ୍ଗ କ୍ୟାମେରା ଲଗାଯାଇଥିଲା। ଏହାବ୍ୟତୀତ ଅଠରନଳା, ହରେକୃଷ୍ଣପୁର, ମାଳତୀପାଟପୁର ବସଷ୍ଟାଣ୍ଡ, ତାଳବଣିଆ, ସିଟି ବସଷ୍ଟାଣ୍ଡ, ଭିଆଇପି ରୋଡ୍, ରେଳ ଷ୍ଟେସନ୍, ସୁଭାଷ ବୋଷ ଛକ, ମୋଚି ସାହି, ନୃସିଂହ ମନ୍ଦିର ଛକ, ଗୌରାଙ୍ଗ ଛକ ନିକଟରେ ୧୧୪ ଷ୍ଟେସନାରି କ୍ୟାମେରା ଓ ୧୪ଟି ରୋଟେଟିଙ୍ଗ କ୍ୟାମେରା ଲଗାଯାଇଥିଲା।ଗତବର୍ଷ ରାଜ୍ୟ ରାଜକୋଷରୁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଉ ୨୩୬ ସିସି କ୍ୟାମେରା ଲଗାଇବାକୁ ଅଣ୍ଟା ଭିଡ଼ିଥିଲେ ବି ବର୍ଷେ ହେଲା ତାହା ସାକାର ହୋଇପାରିଲା ନାହିଁ। ଏହି ବାଟ ଦେଇ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ କେନ୍ଦ୍ରମନ୍ତ୍ରୀ, ଓ ପୁଲିସ୍ ପ୍ରଶାସର ଉଚ୍ଚପଦସ୍ଥ ଅଧିକାରୀ ମାନେ ଆସୁଛନ୍ତି, କିନ୍ତୁ ଏହାକୁ ସଜାଡ଼ିବା ଦିଗରେ ଗୁରୁତ୍ବାରୋପ କରାଯାଉ ନାହିଁ। ଗତବର୍ଷ ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ବଡ଼ଦାଣ୍ଡରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ତତ୍କାଳୀନ ଅତିରିକ୍ତ ପୋଲିସ ମହାନିର୍ଦେଶକ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବା ବେଳେ ଏହି ନିଷ୍ପତ୍ତି ନିଆଗଲା। ଏଣେ ଗତ ରଥଯାତ୍ରା ଯାଇ ଚଳିତ ବର୍ଷ ରଥଯାତ୍ରା ନିକଟତର ହେଲାଣି। କିନ୍ତୁ ସହର ଓ ଉପକଣ୍ଠରେ ସିସିଟିଭି ସଜଡ଼ା ଗଲା ନାହିଁ। ୨୦୧୫ ନବକଳେବର ବର୍ଷ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପୁରୀ ସହର ଓ ପ୍ରବେଶ ପଥରେ ଲଗାଇଥିବା ସିସିଟିଭି ଫନି ବାତ୍ୟାରେ ଭାଙ୍ଗିରୁଜି ଯିବା ପରେ ଏନେଇ ଆଉ ପୁଲିସ୍ ପ୍ରଶାସନ ପକ୍ଷରୁ ଗୁରୁତ୍ବାରୋପ କରାଯାଇ ନାହିଁ। ରଥଯାତ୍ରା ପାଖେଇ ଆସୁଥିବା ବେଳେ ସିସିଟିଭି ସଚଳ କରିବା ଦିଗରେ ପ୍ରଶାସନ ନିରବ ରହିଛି।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours