ମାଟି କାମୁଡି ମରିଗଲା ଅଞ୍ଜଳି

ରାଜସ୍ଥାନରୁ ଆସିଲା ହୃଦୟଥରା ଦୃଶ୍ୟ । ମରୁଭୂମିରେ ପାଣି ନପାଇ ଗଲା ୬ବର୍ଷ ନାତୁଣୀର ଜୀବନ । ମରଣମୁହଁରୁ ଆଈଙ୍କୁ ବଂଚାଇଲେ ସ୍ୱେଚ୍ଛାସେବୀ ଓ ପୋଲିସ । ଏ ଘଟଣା,ଏ ଦୃଶ୍ୟ ଆମ ଦେଶର । ବିଜେପି ଶାସିତ ରାଜସ୍ଥାନର ଦୃଶ୍ୟ । ଅଚ୍ଛେଦିନର ବିକଳ ଦୃଶ୍ୟ । ଏବେ ଯିବା ପୂରା ଘଟଣାକୁ । ରାନିୱାଡା ତହସିଲ ଡୁଙ୍ଗ୍ରି ଗାଁର ବିଦ୍ୟା ସୁଖଦେବୀ ସୁରୋହି ଜିଲ୍ଲାର ମାଣ୍ଡାଣ ନିକଟ ରାୟପୁରର ପେହେରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସାଥୀରେ ଥିଲେ ୬ବର୍ଷର ନାତୁଣୀ ଅଞ୍ଜଳି । ୬ତାରିଖ ରବିବାର ସୁଖଦେବୀ ନାତୁଣୀ ସହ ନିଜ ଘରକୁ ଫେରୁଥିଲେ । ଚାଲି ଚାଲି ଫେରୁଥିଲେ । ମୁଖ୍ୟରାସ୍ତା ଛାଡି ଆଈନାତୁଣୀ ସଟକଟ୍ ରାସ୍ତା ବାଛି ନେଇଥିଲେ । ୨୨ କିଲୋମିଟ ପରିବର୍ତ୍ତେ ୧୫ କିଲୋମିଟର ରାସ୍ତା ଚାଲିବାକୁ ସେମାନେ ମନରେ ସାହସ ଜୁଟାଇଥିଲେ । କିନ୍ତୁ ସାଥୀରେ ପାଣି ଆଣିବାକୁ ସେମାନେ ଭୁଲିଯାଇଥିଲେ । ପ୍ରଚଣ୍ଡ ଖରାରେ ଆଈନାତୁଣୀ ଚାଲିଲେ ଗନ୍ତବ୍ୟସ୍ଥଳ ଅଭିମୁଖେ । ଦୀର୍ଘ ୯କିଲୋମିଟର ଚାଲିବା ପରେ ପାଣିପାଇ ନଥିଲେ ଆଈନାତୁଣୀ । ନିଚ୍ଛାଟିଆ ରାସ୍ତାରେ ସେମାନେ କାହାର ସାହାଯ୍ୟ ମଧ୍ୟ ପାଇନଥିଲେ । ୪୫ଡିଗ୍ରୀ ଉତ୍ତାପ ଓ ପାଣି ଅଭାବରୁ କଲବଲ ହୋଇ ୬ବର୍ଷର ନାତୁଣୀ ଅଞ୍ଜଳି ପଡିଯାଇଥିଲେ । ପରେ ୬୦ ବର୍ଷର ସୁଖଦେବୀ ମଧ୍ୟ ପଡିଯାଇଥିଲେ । କିଛି ସମୟ ପରେ ଆକାଶ ମେଘୁଆ ହେବା ସହ ସାମାନ୍ୟ ବର୍ଷା ହୋଇଥିଲା । ସେତେବେଳକୁ ନାତୁଣୀ ଅଞ୍ଜଳିଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମରୁଭୂମିରେ ଦୁଇଜଣ ପଡିଥିବାର ଦେଖି ମେଣ୍ଢା ଚରାଳିମାନେ କଲୋର ଜିଲ୍ଲାର ରାନିୱାଡା ଥାନାକୁ ଖବର ଦେଇଥିଲେ । ପୋଲିସ ଓ କିଛି ସ୍ୱେଚ୍ଛାସେବୀ ଘଟଣାସ୍ଥଳରେ ପହଞô୍ଚ ସୁଖଦେବୀଙ୍କ ଚେତା ଫେରାଇବା ସହ ପିଇବାକୁ ପାଣି ଦେଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶୋଷ ମାରିଦେଲା କୁନି ଝିଅକୁ ।

You May Also Like

More From Author

+ There are no comments

Add yours