ଶରୀରରେ ୩୨ ଥର ରୂପ ବଦଳାଇଛି କୋରନା

କରୋନା ଭୂତାଣୁ ସଂକ୍ରମିତଙ୍କ ଶରୀରରେ ରୂପ ବଦଳାଇପାରେ । ଥରେ କି ଦୁଇଥର ନୁହେଁ, ୩୨ଥର ରୂପ ବଦଳାଇପାରେ କରୋନ । ଏଭଳି ଘଟଣା ଦକ୍ଷିଣ ଆଫ୍ରିକାରେ ଘଟିଛି । ଜଣେ ଜଣେ ଏଚ୍ଆଇଭି ସଂକ୍ରମିତ ମହିଳାଙ୍କ କ୍ଷେତ୍ରରେ ଘଟିଛି । ଦକ୍ଷିଣ ଆଫ୍ରିକାର ଜଣେ ଏଚ୍ଆଇଭି ସଂକ୍ରମିତ ମହିଳାଙ୍କ ଶରୀରରେ ୨୧୬ ଦିନ ଧରି ରହିଲା କରୋନା ଭୂତାଣୁ । ତେବେ ଏହି ସମୟରେ କରୋନା ଭୂତାଣୁ ତାଙ୍କ ଶରୀରରେ ପ୍ରାୟ ୩୨ ଥର ନିଜର ରୂପ ପରିବର୍ତ୍ତନ କରିଛି । ଡର୍ବାନର କ୍ୱାଜୁଲୁ-ନାଟାଲ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଜଣେ ୩୬ ବର୍ଷ ବୟସ୍କା ମହିଳାଙ୍କ ଶରୀରରେ ସ୍ପାଇକ୍ ପ୍ରୋଟିନରେ ୧୩ ଟି ମ୍ୟୁଟେସନ୍ ଦେଖାଦେଇଥିଲା । ଏହା ସମାନ ପ୍ରୋଟିନ୍ ଯାହା କରୋନା ଭୂତାଣୁକୁ ପ୍ରତିରୋଧ ପ୍ରଣାଳୀ ଦ୍ୱାରା ଆକ୍ରମଣରୁ ରକ୍ଷା କରିଥାଏ । ସେଠାରେ ପ୍ରାୟ ୧୯ଟି ପରିବର୍ତ୍ତନ ହୋଇଥିଲା । ଯେଉଁଥିରେ ଭୂତାଣୁର ଆଚରଣ ବଦଳାଇବାର କ୍ଷମତା ଥିଲା । ଏହି ସମୟରେ ମହିଳାଙ୍କ ମଧ୍ୟରେ ରେକର୍ଡ ହୋଇଥିବା ପରିବର୍ତ୍ତନ ଅନ୍ୟମାନଙ୍କ ନିକଟରେ ବ୍ୟାପିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଗବେଷକ ତୁଲିଓ ଡି ଅଲିଭାଇରାଙ୍କ କହିବା ମୁତାବକ, ଯଦି ଏହିପରି ଅଧିକ ଘଟଣା ଘଟେ, ତେବେ ଏଚ୍ଆଇଭି ସଂକ୍ରମିତଙ୍କ ଠାରେ ଭୂତାଣୁ ନୂତନ ରୂପ ନେବାର ଭୟ ଦୃଢ ହେବାର ଆଶଙ୍କା ଯଥେଷ୍ଟ ରହିଛି । ଅଧିକାଂଶ ଏଚ୍ଆଇଭି ରୋଗୀ କେବଳ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ହେତୁ ସଂକ୍ରମଣରେ ଅଧିକ ଅସୁରକ୍ଷିତ ନୁହଁନ୍ତି । ଏହିସବୁ କାରଣରୁ ସେମାନଙ୍କ ଶରୀରରେ ଭୂତାଣୁ ଅଧିକ ଦିନ ଧରି ରହିବାର ସମ୍ଭାବନା ବି ଅଧିକ ରହିଥାଏ । ସମାନ ରୋଗୀର ଶରୀରରେ କରୋନା ଭୂତାଣୁର ଜେନେଟିକ୍ ଗଠନରେ ପ୍ରାୟ ଦୁଇ ଡଜନ ପରିବର୍ତ୍ତନ କେବେ ସାମ୍ନାକୁ ଆସେ ନାହିଁ । କାରଣ ପ୍ରଭାବିତ ମହିଳାଙ୍କ ସଂକ୍ରମଣର ମାତ୍ରା ସାମାନ୍ୟ ରହିଥିଲା । ମହାମାରୀ ରୋକିବା ପାଇଁ ଏହି ଆବିଷ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଲିଭାଇରା ଦାବି କରିଛନ୍ତି । ବାସ୍ତବରେ, ଏଚ୍ଆଇଭି ସଂକ୍ରମିତଙ୍କଠାରେ କରୋନା ନିରବଚ୍ଛିନ୍ନ ବିସ୍ତାର ଏବଂ ପରିବର୍ତ୍ତନର ଉତ୍ସ ହୋଇପାରେ । ତେଣୁ ଏଚ୍ଆଇଭି ଦ୍ୱାରା ଅଧିକ ପ୍ରଭାବିତ ଦେଶରେ ଏହିପରି ରୋଗୀଙ୍କଠାରେ ଭୂତାଣୁ ବିସ୍ତାର ନହେବା ପାଇଁ ପଦକ୍ଷେପକୁ ତୀବ୍ର କରିବା ଅତ୍ୟନ୍ତ ଜରୁରୀ । ଚାରିଜଣ ଏଚ୍ଆଇଭି ସଂକ୍ରମିତଙ୍କଠାରେ କରୋନା ସଂକ୍ରମଣ ଏକ ମାସରୁ ଅଧିକ ସମୟ ରହିଥିଲା ।

You May Also Like

More From Author

+ There are no comments

Add yours