Wed. Oct 14th, 2026

ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; ଓଡିଶା ଅଲମ୍ପିକ ଆସୋସିଏସନର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଆନୁକୂଲ୍ୟରେ ଓ ଆର୍ଟସ ଟେମ୍ପଲ- ରାୟଗଡା ଓ ସାଇ ଟ୍ରଷ୍ଟର ସହଯୋଗୀତା କ୍ରମେ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡ଼ିଆ ଠାରେ ଆସନ୍ତା ମଇ ୧୩ ଓ ୧୪ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି ଏକାଦଶ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା ୨୦୨୩।

ଏହି ପ୍ରତିଯୋିତା ମାଧ୍ୟମ ରେ “ୟୁ.ଏମ.ଏ.ଆଇ. ଜାତୀୟ ମୁଏଥାଇ ଚାମ୍ପିଅନସିପ” ପାଇଁ ରାଜ୍ୟ ପ୍ରତିଯୋଗୀ ଦଳ ଚୟନ କରାଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ଏଥିରେ ମୋଟ ୮ଟି ବୟସ ବର୍ଗ ରେ ଉଭୟ ମହିଳା ଓ ପୁରୁଷ ଙ୍କ ପାଈଁ ବିଭିନ୍ନ ଓଜନ ବିଭାଗରେ ପ୍ରତିଯୋିତା ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସର୍ବମୋଟ୍ ୨୮୦ ସଂଖ୍ୟାରେ ମୁଏଥାଇ ଯୋଦ୍ଧା , ଅଫିସିଆଲ , କୋଚ , ରେଫରି, ମୁଏଥାଏ ଆଲୁମିନି ଏବଂ ବହୁ ମାନ୍ୟଗଣ୍ୟ ଅତିଥି ଅଂଶଗ୍ରହଣ କରିବେ ବୋଲି ଆୟୋଜକ କମିଟି ସଭାପତି ଶ୍ରୀ ଜେ ରାଜେଶ୍ୱର ରାଓ ପଟ୍ଟନାୟକ ଏବଂ ରାଜ୍ୟ ୟୁନିଅନ ତଥା ଆୟୋଜକ କମିଟି ସମ୍ପାଦକ ଡ଼ା. ଜ୍ଞାନରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।

ଆୟୋଜକ କମିଟି ସଭାପତି ଶ୍ରୀ ଜେ. ରାଜେଶ୍ୱର ରାଓ ପଟ୍ଟନାୟକ ଙ୍କ ମତରେ ଗତ ବର୍ଷ ୧୦ମ ସଂସ୍କରଣକୁ ବରଗଡ଼ ଠାରେ ଆୟୋଜନ କରାଯାଇଥିବା ବେଳେ ଏକାଦଶ ସଂସ୍କରଣକୁ ରାୟଗଡା ରେ ଆୟୋଜନ କରାଯାଉଛି ଯାହାକି ରାୟଗଡା ରେ ଜିଲ୍ଲା ପାଇଁ ପ୍ରଥମ। ଏହା ଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଏ ଖେଳ ଆଦୃତି ଲାଭ କରିପାରିବ ।

ପ୍ରତିଯୋଗିତା ରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ମାନଙ୍କୁ ଓଡ଼ିଶା ମୁଏଥାଇ ୟୁନୀୟନ ପକ୍ଷରୁ ସମସ୍ତ ସହଜୋଗ ଯୋଗାଇ ଦିଆଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ବିଗତ ବର୍ଷ ମାନଙ୍କରେ ଏଥିରୁ ଚୟନ ହୋଇଥିବା ଅନେକ କ୍ରୀଡାବିତ୍ ଜାତୀୟସ୍ତରରେ ବହୁ ସଫଳତା ପାଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ୟୁନିଅନ ର ସଭାପତି ଶ୍ରୀ ରବିନାରାୟଣ ପଣ୍ଡା କହିଛନ୍ତି।

ଉକ୍ତ ପ୍ରତିୋଗିତାରେ ବହୁ ସଂଖ୍ୟାରେ ଦର୍ଶକ ଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯାଉଛି। ପ୍ରତିଯୋଗିତାରେ ଅଂଶଗ୍ରହଣ ପାଈଁ ଇଚ୍ଛୁକ ସମରକଳା କ୍ରୀଡାବିତ୍ ମାନେ ୟୁନୀୟନ୍ ସଂପାଦକ ଙ୍କ ସହ ୭୯୭୮୨୭୭୯୭୮ ଯୋଗେ ଯୋଗ ଯୋଗ କରିପାରିବେ।

ଏଥିସହିତ ୧୪ ମଇ ୨୦୨୩ ରେ ପ୍ରତିଯୋଗୀଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ରାଲି ଆୟୋଜନ କରାଯିବା କାର୍ଯ୍ୟକ୍ରମ ରହିଛି ଯାହାଦ୍ଵାରା ଲୋକଙ୍କୁ ଶାରିରୀକ ବ୍ୟାୟାମ , ଯୋଗ, ସମର-କଳା ମଧ୍ୟମରେ ଅଣସଂକ୍ରମଣ ରୋଗକୁ କିପରି ଏଡାଯାଇ ପାଇବ ସେଥିନେଇ ସଚେତନ କରାଯିବ।

Leave a Reply

Your email address will not be published. Required fields are marked *