Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସମ୍ବଲପୁର ହିଂସା ସମ୍ପର୍କିତ ନିଜ ରିପୋର୍ଟ ପ୍ରଦାନ କଲା ବିଜେପି କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ । ବିଜେପିର ୩ ଜଣିଆ ଟିମ୍‌ ଆଜି ନୂଆଦିଲ୍ଲୀରେ ଅଧ୍ୟକ୍ଷ ନଡ୍ଡାଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି।

ରାଜ୍ୟସଭା ସାଂସଦ ତଥା ପୂର୍ବତନ ପୁଲିସ୍‌ ଡିଜି ବ୍ରିଜଲାଲଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଗତ ମେ ୨ ତାରିଖରେ ସମ୍ବଲପୁର ଗସ୍ତରେ ଆସିଥିଲେ। ସେମାନେ ହିଂସାଗ୍ରସ୍ତ ସ୍ଥାନ ବୁଲିବାକୁ ଯାଇଥିଲେ। ସେଠି ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସେହିପରି ସେମାନେ ଯୁଜୁମୁରା ବ୍ଲକ୍‌ ଭବାନୀପାଲି ଗାଁର ଆହତ କାଳିଆ ଶିଖାଙ୍କ ଘରକୁ ଯାଇ କଥା ହୋଇଥିଲେ। ଏହାପରେ ସମ୍ବଲପୁର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହ ପୁଲିସ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଟିମ୍ ସଦସ୍ୟ।

ସମ୍ବଲପୁର ହିଂସା ପୂର୍ବ ପ୍ରାୟୋଜିତ ଥିଲା ବୋଲି ବିଜେପି ଟିମ୍‌ର ନେତୃତ୍ୱ ନେଉଥିବା ବ୍ରିଜଲାଲ ସେତେବେଳେ ଗଣମାଧ୍ୟମକୁ କହିଥିଲେ।

Leave a Reply

Your email address will not be published. Required fields are marked *