Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଶନିବାର ଅପରାହ୍ଣରେ ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ଡାଲସ୍‌ ବାହାରେ ଗୋଟାଏ ଜନଗହଳି ଭରା ମୁକ୍ତାକାଶ ମଲ୍‌ରେ ଜଣେ ବନ୍ଧୁକଧାରୀ ନିର୍ବିଚାର ଭାବରେ ଗୁଳି ଚଳାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଆଉ ୭ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ଏଲେନ୍‌ସ୍ଥିତ ‘ଏଲେନ୍‌ ପ୍ରିମିୟମ୍‌ ଆଉଟ୍‌ଲେସଟସ୍‌’ ମଲ୍‌ରେ ଏକାକୀ ଗୁଳି ଚଳାଇଥିବା ଉକ୍ତ ବନ୍ଧୁକଧାରୀଙ୍କୁ ଜଣେ ପୁଲିସ ଅଧିକାରୀ ଗୁଳିମାରି ହତ୍ୟା କରିଛନ୍ତି।

ଏଲେନ୍‌ ଅଗ୍ନିଶମ ବିଭାଗର ମୁଖ୍ୟ ଜନ୍‌ ବୟଡ୍‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁଳି ଚୋଟରେ ଆହତ ହୋଇଥିବା ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କୁ ତାଙ୍କ ବିଭାଗ ସେ ଅଞ୍ଚଳର ଡାକ୍ତରଖାନାମାନଙ୍କୁ ନେଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *