ଝାରସୁଗୁଡ଼ାରେ ଉପନିର୍ବାଚନ, ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜମୁଛି । ଆଉ ଦୁଇଦିନ ପ୍ରଚାର ପାଇଁ ସମୟ ଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଝାରସୁଗୁଡ଼ାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଚାର ଲାଗି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହଣ ୩ଟା ୪୫ରେ ବିମାନ ଯୋଗେ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ୪ଟା ୩୦ରେ ପହଞ୍ଚିବେ । ସେଠାରେ ଜେଲ ପାଖ ଅମଲିପାଲି ପଡିଆରେ ହେବାକୁ ଥିବା ସଭାସ୍ଥଳକୁ ଯାଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୪ଟା ୩୦ରୁ ୫ଟା ୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ରହି ପ୍ରଚାର କରିବା ସହ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍ ମାଗିବେ

You May Also Like

More From Author

+ There are no comments

Add yours