Thu. Oct 15th, 2026

ପୁରୀ ଜିଲ୍ଲାରେ ଅବକାରୀ ବିଭାଗର ଚଢ଼ାଉ। ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ସଦର ଥାନା ଅଧୀନରେ ଥିବା କାସିହରିପୁର୍ ଅଂଚଳରେ ଚଢ଼ାଉକରି ୨୭ବର୍ଷୀୟ ଟୁନା ଦିଗଲକୁ ଗିରଫ କରାଯାଇଛି। ଅଭିଯୁକ୍ତର ଘର ଫିରିଙ୍ଗିଆ ବୋଲି ସୂଚନା ମିଳିଛି। ତା ଠାରୁ ୨୦.୫୦୦କିଲୋ ଗଞ୍ଜେଇ ଜବତ କରାଯାଇଛି ଏବଂ ଜିଲ୍ଲା ସଦର ରେଞ୍ଜ କେସ ନଂ ୧୬/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ୫ ହଜାର ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ, ଏଏସଇ ମାନସ କୁମାର ମିଶ୍ର, କର୍ମଚାରୀ ସଞ୍ଜୀବ ହସ୍ତି ,ପ୍ରବୀଣ ବିରାଜ କୀରୋ, ଫିରୋଜ ମହାନଦୀଆ, ଜ୍ୟୋତି ସ୍ମିତା ଡଙ୍ଗୁଆ ଓ ଆଶିଷ ପ୍ରଧାନ ଦାସ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *