ଛତିଶଗଡ଼ରେ ବୋଲେରୋକୁ ପିଟିଲା ଟ୍ରକ, ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ପିଟିଲା ଟ୍ରକ । ଘଟଣାରେ ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଶିଶୁ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ । ରାୟପୁର ଜଗଦଲପୁର ରାସ୍ତାରେ ଦୁର୍ଘଟଣା ଘଟିଛି । ଟ୍ରକ ବୋଲେରୋକୁ ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଧମତରୀ ଜିଲ୍ଲା ରୁଦ୍ରି ଥାନା ସୋରେମ୍ ଗାଁର ସାହୁ ପରିବାରର ମୃତ ସମସ୍ତ ସଦସ୍ୟ । କାଙ୍କେରର ଚରମା ମରକାଟୋଲାକୁ ବିବାହ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ । ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଘଟଣାସ୍ଥଳରେ ହିଁ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।

You May Also Like

More From Author

+ There are no comments

Add yours