ଭୁଶୁଡିଲା ବ୍ରିଜ୍ : ଇଚ୍ଛାପୁର ଓ ପାତ୍ରପୁରକୁ ଯାତାୟାତ ଠପ୍

ଶବ୍ଦ ଓଡିଶା ବ୍ୟୁରୋ: ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍ । ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳ ଲୁଦୂପୁଟି ପଞ୍ଚାୟତର ୧୯୨୬ ମସିହାର ଏହି ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା । ଆନ୍ଧ୍ର ଜିଲ୍ଲା ପ୍ରଶାସନ ଏହି ବ୍ରିଜରେ ଭାରିଯାନ ଚଳାଚଳକୁ ବାରଣ କରିଥିଲେ । ଆଜି ସକାଳେ ଏକ ପଥର ବୋଝେଇ ଟ୍ରକ୍ ଯାଉଥିବା ବେଳେ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ଇଚ୍ଛାପୁର ଓ ପାତ୍ରପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

You May Also Like

More From Author

+ There are no comments

Add yours