ଅନଲାଇନ ଖାଇବା ଡେଲିଭରୀ ହେଲା ମହଙ୍ଗା, ସ୍ୱିଗି ଅର୍ଡର ପିଛା ଗ୍ରାହକଙ୍କଠାରୁ ନେବ ୨ ଟଙ୍କା

ଶବ୍ଦ ଓଡିଶା ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଖାଇବା ଅର୍ଡର କରି ଖାଉଛନ୍ତି । ଆପଣ ଯଦି ଅନଲାଇନ୍ ଯୋଗେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖରାପ ଖବର । ଏଣିକି ଅନଲାଇନ୍ ଯୋଗେ ଫୁଡ୍ ଅର୍ଡର କଲେ, ଆପଣଙ୍କୁ ଗଣିବାକୁ ପଡିବ ଅଧିକ ଟଙ୍କା । ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗି ପ୍ରତି ଅର୍ଡର ପିଛା ଗ୍ରାହକଙ୍କଠାରୁ ନେବ ୨ ଟଙ୍କା । ଏଣିକି ପ୍ରତି ଅର୍ଡର ପିଛା ସ୍ୱିଗି ଗ୍ରାହକଙ୍କଠାରୁ ୨ ଟଙ୍କା ଅଧିକ ପଇସା ନେବ । ତେବେ ଗୋଟିଏ ଅର୍ଡରରେ ଯେତେ ବି ଖାଦ୍ୟ ଅର୍ଡର କଲେ ବି, ଗ୍ରାହକଙ୍କୁ ସେହି ୨ ଟଙ୍କା ଦେବାକୁ ପଡିବ । ସ୍ୱିଗି ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ଭଳି ସହରରେ ଖାଇବା ଅର୍ଡର ଉପରେ ଦୁଇ ଟଙ୍କାର ପ୍ଲାଟଫର୍ମ ଫି ନେବା ଆରମ୍ଭ କରିଦେଇଛି । ଏହି ଶୁଳ୍କ କେବଳ ଖାଇବା ଅର୍ଡର ଉପରେ ଲାଗିଛି ।

ସ୍ୱିଗିର କ୍ୱିକ୍ ପ୍ଲାଟଫର୍ମ ଭର୍ଟିକାଲ. ଇନଷ୍ଟାମାର୍ଟରେ କରାଯାଇଥିବା ଅର୍ଡର ଉପରେ ଏହି ଚାର୍ଜ ଲାଗୁହେବ ନାହିଁ । ଏହାଛଡା ପ୍ଲାଟଫର୍ମ ଶୁଳ୍କ ସ୍ୱିଗି ୱାନ ୟୁଜର୍ସଙ୍କ ଉପରେ ଲଗାଯାଉଛି । ଏହି ସେବା ପେଡ୍ ମେମ୍ବର ଭାବେ ହୋଇଥିଲେ ବି ଆପଣଙ୍କୁ ୨ ଟଙ୍କା ଦେବାକୁ ପଡିବ ।

ସ୍ୱିଗିର ପ୍ରବକ୍ତା ଏହି ଫି ବାବଦରେ ଜବାବ ରଖିଛନ୍ତି, ସେ କହିଛନ୍ତି ଫ୍ଲାଟଫର୍ମ ଶୁଳ୍କ ଖାଦ୍ୟ ଅର୍ଡର ଉପରେ ଏକ ମାମୁଲି ଫ୍ଲାଟ ଚାର୍ଜ । ଏହି ଶୁଳ୍କ ଆମର ପ୍ଲାଟଫର୍ମର ପରିଚାଳନା ତଥା ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ସାହାଯ୍ୟ କରିବ । ସ୍ୱିଗି ଲାଭକୁ ହାସଲ କରିବା ପାଇଁ ସବୁପ୍ରକାର ଉଦ୍ୟମ ଜାରିରଖିଛି । କମ୍ପାନୀ ଶୀଘ୍ର ସେୟାର ବଜାରରେ ପ୍ରବେଶ କରିବାକୁ ମଧ୍ୟ ଯାଉଛି । ତେଣୁ ଏଭଳି ପ୍ରୟାସ କମ୍ପାନୀ ପକ୍ଷରୁ ଜାରିରହିଛି ।

ଲଗାତାର ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗି ନିଜ ବ୍ୟବସାୟରେ କ୍ଷତି ସହି ଆସୁଛି । ଯେଉଁ କାରଣରୁ କମ୍ପାନୀ ଉପରେ ବୋଝ ବଢିବାରେ ଲାଗିଛି । ଏହାକୁ କମ୍ କରିବାକୁ ଯାଇ କମ୍ପାନୀ ଏବେ ୟୁଜର୍ସଙ୍କଠାରୁ ୨ ଟଙ୍କା ଲେଖାଏଁ ଡେଲିଭରୀ ଚାର୍ଜ ଆଦାୟ କରିବ । ଆଗାମୀ ଦିନରେ ମୁମ୍ବାଇ ଓ ଦିଲ୍ଲୀରେ ଏହି ନିୟମ ଲାଗୁ ହେବ । ତେବେ ଖୁବଶୀଘ୍ର ଏହି ନିୟମ ସାରା ଦେଶରେ ସ୍ୱିଗି ପକ୍ଷରୁ ଲାଗୁ କରାଯିବ ବୋଲି ସୂଚନା ରହିଛିା

ପ୍ରତିଦିନ ସ୍ୱିଗିରେ ପ୍ରାୟ ୧୫ ଲକ୍ଷ ଅନଲାଇନ୍ ଅର୍ଡର ହୋଇଥାଏ । ଯଦି କମ୍ପାନୀ ପ୍ରତି ଅର୍ଡର ପିଛା ୨ ଟଙ୍କା ଲେଖାଏଁ ଆଦାୟ କରେ, ତେବେ କମ୍ପାନୀ ପ୍ରତିଦିନ ୩୦ ଲକ୍ଷ ଟଙ୍କା ଆୟ କରିବ । ଏଭଳି ସ୍ଥିତିରେ କମ୍ପାନୀ ମାସିକ ୯ କୋଟି ଟଙ୍କା ଅଧିକ ଆୟ କରିବାକୁ ପ୍ଲାନ୍ ପ୍ରସ୍ତୁତ କରିଛି । ତେବେ କେବଳ ସ୍ୱିଗି ଏହି ନିୟମ ଲାଗୁ କରିଥିବାବେଳଏ, ଜୋମାଟୋ କିନ୍ତୁ କୌଣସି ଚାର୍ଜ ଲାଗୁ କରିନି ।

You May Also Like

More From Author

+ There are no comments

Add yours