Thu. Oct 15th, 2026

ଛତିଶଗଡ଼ ଦାନ୍ତେୱାଡାରେ ବୁଧବାର ନକ୍ସଲ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ୧୦ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଜବାନ ଓ ଜଣେ ଘରୋଇ ବାହନ ଚାଳକ ପ୍ରାଣ ହରାଇଥିଲେ। ଶହିଦ ଜବାନମାନଙ୍କ ଅନ୍ତିମ ସଂସ୍କାରକୁ ନେଇ ଗୁରୁବାର ନକ୍ସଲ ଧମକ ଦେଇଛନ୍ତି। ଏଥିରେ ଶହିଦମାନଙ୍କ ଗୃହ ଗ୍ରାମରେ ସେମାନଙ୍କ ଅନ୍ତ୍ୟେଷ୍ଟି ଯେପରି ନ ହୁଏ ଏଥିଲାଗି ସତର୍କ କରିଛନ୍ତି। ନକ୍ସଲ ଏହି ଧମକ କଟେକଲ୍ୟାଣର ମାରଜୁମ ଓ ଗାଦମ ଗାଁରେ ଦେଇଛନ୍ତି। ଏହି ଦୁଇ ଗ୍ରାମର ଶହିଦ ଜବାନଙ୍କ ପ୍ରାର୍ଥୀବ ଶରୀର ନେବା ପାଇଁ ସେମାନଙ୍କ ପରିଜନ ଆସି ନାହାନ୍ତି। ଏଣୁ ଏହି ୨ ଜବାନଙ୍କ ଅନ୍ତ୍ୟେଷ୍ଟି ଜିଲ୍ଲା ମୁଖ୍ୟାଳୟରେ କରାଯିବ।

Leave a Reply

Your email address will not be published. Required fields are marked *