ନାସା ଇଷ୍ଟଗ୍ରାମରେ ପୃଥିବୀର ଘୂର୍ଣ୍ଣନ; ଭିଡିଓ ହେଉଛି ଭାଇରାଲ

ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରାସନ ବା ନାସା ନିଜ ଇଷ୍ଟଗ୍ରାମରେ ସୌରମଣ୍ଡଳକୁ ନେଇ ଲଗାତାର ଅକର୍ଷଣୀୟ ଭିଡିଓ ସେୟାର କରୁଛି । ବର୍ତ୍ତମାନ ନାସା ପୋଷ୍ଟ କରିଥିବା ଭିଜ୍ୟୁଆଲ୍ ପୃଥିବୀର ଭିନ୍ନ ଭିନ୍ନ କୋଣରୁ ନିଆଯାଇଛି । ଭିଡିଓରେ ଏକ ନୂଆ ଦୁନିଆ ଦେଖିବାକୁ ମିଳିବ । ସୁନ୍ଦର ଭିଡିଓକୁ ପସନ୍ଦ କରିଛନ୍ତି ଲୋକେ ।

ଭାରତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନାସା ଏହି ଭିଡିଓକୁ ସେୟାର କରି ଲେଖିଛି, ଦେଖନ୍ତୁ ପୃଥିବୀ କିପରି ଗତି କରୁଛି । ପୃଥିବୀର ଏଦି ଦୁର୍ଲଭ ଦୃଶ୍ୟକୁ କ୍ୟାମେରାରେ କଏଦ କରିବାକୁ ସବୁଜଗ୍ରହର କକ୍ଷ ପଥକୁ ବୈଜ୍ଞାନିକ ଯାଇଛନ୍ତି । ମହାକାଶରୁ ଉଠା ଯାଇଥିବା ଏହି ନୀଳ ରଙ୍ଗର ଦୃଶ୍ୟ ଯେତିକି ସୁନ୍ଦର, ସେତିକି ରୋମାଞ୍ଚକର । ପ୍ରାୟ ୨୫୦ ମାଇଲ୍ ଉପରୁ ଏହି ଫଟୋ ଓ ଭିଡିଓ ଉଠାଯାଇଛି ।

https://www.instagram.com/reel/CrUJOHFNEQC/?igshid=YmMyMTA2M2Y=

୨୦୨୩ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ ୬୭ ଓ ୬୮ ଅଭିଯାନ ସମୟରେ ଉତ୍ତୋଳନ କରାଯାଇଛି । ISS ସାଟେଲାଇଟ୍ ୪୦୯ କିଲୋମିଟର ଉପରେ ପୃଥିବୀର ପରିକ୍ରମା କରିଥାଏ । ସବୁଜଗ୍ରହକୁ ଥରେ ପରିକ୍ରମା କରିବାକୁ ୯୦ ମିନିଟ୍ ଲାଗିଥାଏ । ନାସା ଏହି ଭିଡିଓ ପୋଷ୍ଟ କରିବାର ପରେ କିଛି ସମୟ ଭିତରେ ୯୦ ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି । 

You May Also Like

More From Author

+ There are no comments

Add yours