ରିଲିଜ ହେବାର ପ୍ରଥମ ଦିନରେ ବଡ଼ ପରଦାରେ ଧମାଲ କରୁଛି ‘କିସି କା ଭାଇ କିସି କି ଜାନ’

ରିଲିଜ୍ ହୋଇଯାଇଛି ସଲମନା ଖାନଙ୍କ ଚର୍ଚ୍ଚିତ ଏବଂ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’। ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଥିଲେ । ଇଦ୍ ଅବସରରେ ଆଜି ଏହି ସିନେମା ମୁକ୍ତିଲାଭ କରିଛି । ସକାଳୁ ହିଁ ଦବଙ୍ଗ ଖାନଙ୍କର ପ୍ରଥମ ସୋ’ଦେଖିବା ପାଇଁ ଥିଏଟର ବାହାରେ ସିନେ ପ୍ରେମୀଙ୍କର ଭିଡ଼ ଦେଖିବା ପାଇଁ ମିଳିଥିଲା ।ଭାଇଜାନଙ୍କ ପ୍ରଥମ ଝଲକ ଦେଖିବା ଦେଖିବା ପରେ କର ତାଳିରେ କମ୍ପି ଉଠିଥିଲା ସିନେମା ହଲ । ସୋସିଆଲ ମିଡିଆରେ ଅନେକ ଭିଡିଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଲମାନ ଖାନଙ୍କ ଏଣ୍ଟ୍ରି, ଲୁକ୍, ଆକ୍ସନ, ରୋମାନ୍ସ ସବୁ କିଛି ପରଫେକ୍ଟ ରହିଛି। ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି।

You May Also Like

More From Author

+ There are no comments

Add yours