ରିଲିଜ୍ ହୋଇଯାଇଛି ସଲମନା ଖାନଙ୍କ ଚର୍ଚ୍ଚିତ ଏବଂ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’। ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଥିଲେ । ଇଦ୍ ଅବସରରେ ଆଜି ଏହି ସିନେମା ମୁକ୍ତିଲାଭ କରିଛି । ସକାଳୁ ହିଁ ଦବଙ୍ଗ ଖାନଙ୍କର ପ୍ରଥମ ସୋ’ଦେଖିବା ପାଇଁ ଥିଏଟର ବାହାରେ ସିନେ ପ୍ରେମୀଙ୍କର ଭିଡ଼ ଦେଖିବା ପାଇଁ ମିଳିଥିଲା ।ଭାଇଜାନଙ୍କ ପ୍ରଥମ ଝଲକ ଦେଖିବା ଦେଖିବା ପରେ କର ତାଳିରେ କମ୍ପି ଉଠିଥିଲା ସିନେମା ହଲ । ସୋସିଆଲ ମିଡିଆରେ ଅନେକ ଭିଡିଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଲମାନ ଖାନଙ୍କ ଏଣ୍ଟ୍ରି, ଲୁକ୍, ଆକ୍ସନ, ରୋମାନ୍ସ ସବୁ କିଛି ପରଫେକ୍ଟ ରହିଛି। ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି।