Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟିା ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛିା ଆସନ୍ତାକାଲିଠୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଖରା ଛୁଟି ଘୋଷଣା ହୋଇଛି। ଏବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି। ତେବେ ସ୍କୁଲ କେବେ ଖୋଲିବ ସେନେଇ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *