ସିଝିବ ସାରା ଓଡ଼ିଶା, ଆଜି ୭ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ଆଜି ବି ପ୍ରଚଣ୍ଡ ତାତିରେ ସିଝିବ ସାରା ଓଡ଼ିଶା । ଆଜି ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜଲ୍ଲା ପାଇଁ ହିଟୱେବ୍ ସତର୍କତା ଜାରି କରାଯାଇଛି । ଆଜି ଚଳିତ ବର୍ଷର ସବୁ ରେକର୍ଡ ଭାଙ୍ଗିପାରେ ତାତି । ବାରିପଦା କିମ୍ବା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଉପକୂଳ ଓଡ଼ିଶାରେ ମଧ୍ୟ ତ୍ରାହି ମିଳିବନି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ଅଧିକ ରହିବ । ଭୁବନେଶ୍ୱର ତାପମାତ୍ରା ଆହୁରି ବଢି ୪୩ ଡିଗ୍ରୀ ଛୁଇଁପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଆହୁରି ୨ ଦିନ ତାତିରୁ ମୁକ୍ତି ମିଳିବ ନାହିଁ । ୨୧ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତନ ହେବା ସମ୍ଭାବନା କମ୍ । ୨୧ ତାରିଖ ଅପରାହ୍ଣରୁ ଧୀରେ ଧୀରେ ପାଗ ବଦଳିବା ସମ୍ଭାବନା ରହିଛି । ସେହିଦିନ କିଛି ସ୍ଥାନରେ ବର୍ଷା ହୋଇପାରେ । ୨୨ ତାରିଖରୁ କାଳବୈଶାଖୀ ବର୍ଷା ବଢିବା ସମ୍ଭାବନା ରହିଛି । ୨୩ ଓ ୨୪ ତାରିଖ ବେଳକୁ ପଶ୍ଚିମରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିପାରେ ।

You May Also Like

More From Author

+ There are no comments

Add yours