ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲା: ଶୁଣାଣି କରିବେ ସୁପ୍ରିମକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସ୍ୱୀକୃତି ମିଳିବ ନା’ ନାହିଁ ତା ଉପରେ ରହିବ ଦେଶର ନଜର ରହିଛି ।
ସରକାରଙ୍କ ଯୁକ୍ତି ଅନୁସାରେ, କେବଳ ବିଷମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାତରଅନ୍ତର ନୁହେଁ। କାରଣ ଏହା ପ୍ରଚଳିତ ପରମ୍ପରା ଏବଂ ସାମାଜିକ ଓ ଆଇନଗତ ଭାବେ ଏହା ସର୍ବଜନଗୃହୀତ । ସବୁ ଧର୍ମରେ ବିଷମଲିଙ୍ଗୀ ବିବାହକୁ ହିଁ ସ୍ବୀକୃତି ମିଳିଥାଏ । ହିନ୍ଦୁ ଆଇନରେ ଏହା ଏକ ପବିତ୍ର ଅନୁଷ୍ଠାନ । ଏପରି କି ଇସଲାମ ଧର୍ମରେ ମଧ୍ୟ କେବଳ ଜଣେ ଜୈବିକ ପୁରୁଷ ଓ ଜଣେ ଜୈବିକ ନାରୀ ଭିତ‌ରେ ହିଁ ବିବାହ ସଂଘଟିତ ହୋଇଥାଏ ।

You May Also Like

More From Author

+ There are no comments

Add yours