ଦୀନେଶ ମୋଙ୍ଗିଆ ହେଲେ ଓଡିଶା କ୍ରିକେଟ ଦଳର ମୁଖ୍ୟ କୋଚ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଦୀନେଶ ମୋଙ୍ଗିଆ । ମୋଙ୍ଗିଆଙ୍କୁ ପୁୁରୁଷ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ । ସେହିପରି ରୁମେଲି ଧର ହୋଇଛନ୍ତି ଓଡ଼ିଶା ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ।
ଆସନ୍ତା ୨୦୨୩-୨୪ ଘରୋଇ କ୍ରିକେଟ ସିଜିନ୍ ପାଇଁ ଏହି ଦୁଇ ଜଣଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ଦିଆଯାଇଛି । ମୋଙ୍ଗିଆ ୨୦୧୯ରେ କ୍ରିକେଟ’ର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ବାମହାତୀ ବ୍ୟାଟର୍ ଥିବା ଦିନେଶ ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଏବଂ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ୫୭ଟିି ଦିନିକିଆରୁ ମୋଙ୍ଗିଆ ୧୨ଶହ ୩୦ ରନ୍ ସଂଗ୍ରହ କରିଥିବା ବେଳେ ୧୪ଟି ୱିକେଟ୍ ନେଇଥିଲେ । ମୋଙ୍ଗିଆଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ୧୫୯ ରନ୍ ।

You May Also Like

More From Author

+ There are no comments

Add yours