ଅଭିନେତ୍ରୀ ପୂଜା ହେଗଡେ ‘କିସି କା ଭାଇ କିସି କି ଜାନ’ରେ ସଲମାନ ଖାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଅନ୍ୟପକ୍ଷରେ ବି-ଟାଉନରେ ଦୀର୍ଘ ଦିନ ଧରି ରିୟଲ୍ ଲାଇଫରେ ଦୁହେଁ ଡେଟିଂ କରୁଥିବା ଗୁଜବ ହେଉଛି। ଯାହାକୁ ନେଇ ପ୍ରଥମ ଥର ପାଇଁ ଅଭିନେତ୍ରୀ ଏହା ଉପରେ ନୀରବତା ଭାଙ୍ଗିଛନ୍ତି।ସଲମାନ ଏବଂ ପୂଜା ହେଗଡେଙ୍କ ଡେଟିଂ ଗୁଜବ କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ଯେତେବେଳେ ସଲମାନ ମାଙ୍ଗାଲୋରରେ ପୂଜା ହେଗଡେଙ୍କ ଭାଇ ଋଷଭ ହେଗଡେଙ୍କ ବିବାହରେ ଯୋଗ ଦେଇଥିଲେ। ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହା ପରେ ଦୁହେଁ ଏହି ଗୁଜବ ଉପରେ କିଛି କହିନଥିଲେ। ତେବେ ବର୍ତ୍ତମାନ ଏକ ସାକ୍ଷାତକାରରେ ପୂଜା ସଲମାନଙ୍କୁ ଡେଟ୍ କରିବାର ଗୁଜବ ବିଷୟରେ କହିଛନ୍ତି।ଏକ ସାକ୍ଷାତକାରରେ ପୂଜା କହିଛନ୍ତି, ‘ମୁଁ ଏହା ଉପରେ କ’ଣ କହିବି? ମୁଁ ନିଜ ବିଷୟରେ କଥା ପଢି ଚାଲିଥାଏ। ମୁଁ ସିଙ୍ଗଲ୍, ଏକୁଟିଆ ରହିବାକୁ ପସନ୍ଦ କରେ । ମୁଁ ବର୍ତ୍ତମାନ ମୋ କ୍ୟାରିୟର ଉପରେ ଧ୍ୟାନ ଦେଉଛି । ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାକୁ ଅପେକ୍ଷା କରିଛି । ଏହା ବର୍ତ୍ତମାନ ମୋର ଲକ୍ଷ୍ୟ। ବର୍ତ୍ତମାନ ମୁଁ ଏହି ଗୁଜବ ପ୍ରତି ଧ୍ୟାନ ଦେଇ ପାରିବି ନାହିଁ ।’