Wed. Oct 14th, 2026

ଦିଲ୍ଲୀ ହାଇକୋର୍ଟ ସୋମବାର ଅର୍ଥ ମନ୍ତ୍ରଣାଳୟ ଓ ଆବାସ ଏବଂ ସହର ମାମଲାର ମନ୍ତ୍ରଣାଳୟକୁ ସେହି ଆବେଦନ ଉପରେ ରାୟ ମାଗିଛନ୍ତି, ଯେଉଁଥିରେ ଦାବି କରାଯାଇଥିଲା ସବୁ ସ୍ଥାବର-ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଆଧାରରେ ଲିଙ୍କ କରାଯାଉ। ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ୍ ଯଶଓ୍ବନ୍ତ ବର୍ମାଙ୍କ ଖଣ୍ଡପୀଠ ଗ୍ରାମୀଣ ବିକାଶ ଓ ଆଇନ ମନ୍ତ୍ରଣାଳୟକୁ ଜବାବ୍ ମାଗିଛନ୍ତି। କୋର୍ଟ ବିଜେପି ନେତା ଅଶ୍ବିନୀ ଉପାଧ୍ୟୟଙ୍କ ଆବେଦନ ଉପରେ ଶୁଣାଣି କରୁଛନ୍ତି, ଯାହାକୁ ସେ ୨୦୧୯ରେ ଦାୟର କରିଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ଉପାଧ୍ୟୟଙ୍କୁ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରଣାଳୟର ପକ୍ଷ ତିଆରି କରିବାକୁ କହିଥିଲେ। ସୋମବାର ଯେତେବେଳେ ଏହି ମାମଲାର ଶୁଣାଣି ହୋଇଥିଲା ଆବେଦନରେ ବହୁ ତ୍ରୁଟି ମିଳିଥିଲା। କୋର୍ଟ ତାଙ୍କୁ ଦୂର କରିବାକୁ କହିଥିଲେ ଓ କେନ୍ଦ୍ର ସରକାର ଅଲଗା ଅଲଗା ମନ୍ତ୍ରଣାଳୟକୁ ଜବାବ୍ ଦାଖଲ କରିବାକୁ କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ (ଏଏସଜି) ଚେତନ ଶର୍ମା କହିଛନ୍ତି,ଏହି ମାମଲାରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଯାଇଛି। କୋର୍ଟ ଏହି ମାମଲାର ଆଗାମୀ ଶୁଣାଣି ୧୮ ଜୁଲାଇ ୨୦୨୩ରେ କରିବେ।

ଉପାଧ୍ୟୟ ଆଧାରରୁ ପ୍ରପଟିକୁ ଲିଙ୍କ କରିବାର ଦାବି କରି କହିଥିଲେ, ଏହାଦ୍ବାରା ଦୁର୍ନୀତି, କଳାଧନ ଓ ବେନାମୀ ଲେଣଦେଣ ଉପରେ ରୋକ ଲଗାଇହେବ। ସେ କହିଛନ୍ତି, ସମ୍ବିଧାନର ଧାରା ୨୧ ଅନୁସାରେ, ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଦୁର୍ନୀତି ଓ କଳାଧନ ଉପରେ ଅଙ୍କୁଶ ଲଗାଇବା। ଉପାଧ୍ୟୟ ଦାବି କରିଛନ୍ତି, ଯଦି ଆଧାରରୁ ପପ୍ରଟିକୁ ଲିଙ୍କ କରାଯିବା ବାଧ୍ୟତାମୂଳକ, ତେବେ ବାର୍ଷିକ ବୃଦ୍ଧିରେ ୨ ପ୍ରତିଶତ ବୃଦ୍ଧି ହୋଇପାରେ।

Leave a Reply

Your email address will not be published. Required fields are marked *