ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ

ଶବ୍ଦ ଓଡିଶା ବ୍ୟୁରୋ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ବାସଭବନରେ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି ।
ପ୍ରଧାନମନ୍ତ୍ରୀ ଭାଷଣ ଦେବା ବେଳେ ସ୍ମୋକ ବୋମା ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ‘ଦ ଜାପାନ ଟାଇମ୍ସ’ ମୁତାବକ ଫୁମିଓ କିସିଦା ଭାଷଣ ଆରମ୍ଭ କରିବାମାତ୍ରେ ଏହି ଆକ୍ରମଣ କରାଯାଇଥିଲା । ସ୍ମୋକ ବୋମା ଫିଙ୍ଗାଯିବା ପରେ ସେଠାରେ ଧୁଆଁ ଭର୍ତି ହୋଇଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିନିଆଯାଇଥିଲା ।

You May Also Like

More From Author

+ There are no comments

Add yours