Wed. Oct 14th, 2026

ଶାହିଦ କପୁର କିଛି ଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ର ଘୋଷଣା କରିଥିଲେ। ଏଥିସହ ଏହି ଆକ୍ସନ ଫିଲ୍ମରୁ ନିଜ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର କରି ପ୍ରଶଂସକଙ୍କ ଉତ୍କଣ୍ଠା ବଢାଇ ଦେଇଥିଲେ। ଏବେ ଦର୍ଶକଙ୍କୁ ବଡ଼ ଉପହାର ସ୍ବରୂପ ଫିଲ୍ମର ଟିଜର୍‌ ଭେଟି ଦେଇଛନ୍ତି ଅଭିନେତା। ଏଥିରେ ଶାହିଦଙ୍କ ଜବରଦସ୍ତ ଅନ୍ଦାଜ୍‌ ଦେଖିବାକୁ ମିଳିଛି।ଶାହିଦ ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ‘ବ୍ଲଡି ଡାଡି’ର ଟିଜର୍ ପୋଷ୍ଟ କରିଛନ୍ତି। ଏଥିରେ ଅଭିନେତାଙ୍କ ଆକର୍ଷଣୀୟ ଆକ୍ସନ ଅବତାର ଦେଖିବାକୁ ମିଳିଛି। ଶାହିଦ ଟିଜରରେ ମାଫିଆ ଭୂମିକାରେ ନଜର ଆସିଛନ୍ତି। ଏଥିରେ ସଞ୍ଜୟ କପୁରଙ୍କ ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି। ଟିଜର ସହ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ‘ବ୍ଲଡି ଡାଡି’ ଏକ ଡାଇରେକ୍ଟ-ଟୁ-ଷ୍ଟ୍ରିମିଙ୍ଗ୍‌ ଚଳଚ୍ଚିତ୍ର, ଯାହା ଜୁନ୍‌ ୯ରେ ଜିଓ ସିନେମାରେ ରିଲିଜ୍‌ ହେବ। ଅଲୀ ଅବାସ ଜଫରଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ୨୦୧୧ରେ ମୁକ୍ତିଲାଭ କରିଥିବା ଫରାସୀ ଫିଲ୍ମ ‘ନିଟ୍‌ ବ୍ଲେଞ୍ଚ୍‌’ର ହିନ୍ଦୀ ରିମେକ୍‌।

Leave a Reply

Your email address will not be published. Required fields are marked *