୪ ଜିଲ୍ଲାକୁ କୁଆପଥର ବର୍ଷା ଆଶଙ୍କା, ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ୪ଟି ଜିଲ୍ଲାରେ ଆଜି କୁଆପଥର ସହ ଝଡ ବର୍ଷା ହେବାର ଆଶଙ୍କା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲାରେ ଝଡପବନ ସହ ବିଜୁଳି, ଘଡଘଡି ହୋଇ ବର୍ଷା ହେବାର ସମ୍ଭାବନା ରହିଛି ।
୪ ଜିଲ୍ଲା ଛଡା ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ଝଡପବନ ସହ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତାକାଲି ରାଜ୍ୟରେ ୧୧ ଜିଲ୍ଲାରେ ଝଡପବନ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ ସମ୍ଭାବନା ରହିଛି। କିନ୍ତୁ ଦିନରେ ପ୍ରବଳ ଖରା ଜାରି ରହିବ ।

You May Also Like

More From Author

+ There are no comments

Add yours