ଜାପାନରୁ ମିଳିଲା ୨୬ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ ୨୬ହଜାର କୋଟି ଟଙ୍କାର ନିବେଶ ପାଇଁ ଜାପାନୀ ପୁଞ୍ଜିନିବେଶକମାନେ ପ୍ରତିଶ୍ରୁତି ଦେଇଛନ୍ତି । ଟୋକିଓରେ ଆୟୋଜିତ ଓଡ଼ିଶା ବିଜିନେସ ମିଟ୍ କାର୍ଯ୍ୟକ୍ରମରେ ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ ଆମୋନିଆ ସମେତ ଗ୍ରୀନ୍ ଏନର୍ଜି ଉପକରଣ ନିର୍ମାଣ, ଆଇଟି କ୍ଷେତ୍ର,ଷ୍ଟିଲ ଓ ମେଟାଲ ଡାଉନଷ୍ଟ୍ରିମ୍ କ୍ଷେତ୍ର ଆଦିରେ ନିବେଶ ପାଇଁ ଜାପାନୀ ନିବେଶକମାନେ ଆଗ୍ରହ ଦେଖାଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ଆଇଆଇଆଇଟି ଓ ନିହନ ଉତ୍କଳ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଏକ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏବେ ଜାପାନ ଗସ୍ତରେ ଅଛି । ଗସ୍ତର ଦ୍ୱିତୀୟ ଦିନରେ ଟୋକିଓରେ ଆୟୋଜିତ ଓଡ଼ିଶା ବିଜନେସ୍ ମିଟରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜାପାନର ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ କରିଥିଲେ । ଓଡ଼ିଶା ଏବେ ଭାରତର ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବା ଅର୍ଥନୀତି ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ଜାତୀୟ ହାରଠୁ ଏକ ଦଶନ୍ଧି ହେଲା ଅଧିକ ରହିଛି।

You May Also Like

More From Author

+ There are no comments

Add yours