ରାହୁଲ ଗାନ୍ଧିଙ୍କ ଜାମିନ ଅବଧି ବୃଦ୍ଧି କଲେ ସୁରତ ସେସନ୍ସ କୋର୍ଟ। ରାହୁଲଙ୍କ ଜାମିନ ଏପ୍ରିଲ ୧୩ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି କୋର୍ଟ।ମୋଦି ସରନେମ୍ ନେଇ ମାନହାନୀ ମାମଲାରେ ଜାମିନ ଅବଧି ବୃଦ୍ଧି ହୋଇଛି। ତେବେ ମେ’ ୩ରେ ରାହୁଲଙ୍କ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ। ଏହି ମାମଲାରେ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଥିଲା। ଜେଲ ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି।