ଆମ ଫୋନରେ କିଛି ନିର୍ଦ୍ଧିଷ୍ଟ ଆପ୍ଲିକେସନ ରହିଥାଏ ଯାହା ମାଧ୍ୟମରେ ଫୋନ ଉପରେ ପ୍ରଭାବ ପଡିଥାଏ। ଫୋନରେ ଥିବା ଏହି ଆପ୍ସ ଯୋଗୁଁ କେବଳ ବ୍ୟାଟେରୀ ବ୍ୟବହାର ବୃଦ୍ଧି ହୁଏ ନାହିଁ, ବରଂ ଅନ୍ୟାନ୍ୟ କାରଣ ମଧ୍ୟ ଅଛି ଯେଉଁଥିପାଇଁ ଫୋନର ବ୍ୟାଟେରୀ ଶୀଘ୍ର କମିଥାଏ। ଏହା ବ୍ୟତୀତ ସବୁବେଳେ ଫୋନରେ ବ୍ଲୁଟୁଥ୍, ଜିପିଏସ୍, ହାଇ ରିଫ୍ରେସ୍ ରେଟ୍, ନେଭିଗେସନ୍ ପାଇଁ ଲୋକେସନ୍, ଭିଡିଓ ଷ୍ଟ୍ରିମିଂ ପାଇଁ ୟୁଟ୍ୟୁବ୍ ଇତ୍ୟାଦି ବ୍ୟବହାର ଜାରି ରଖନ୍ତି, ଏହି ଜିନିଷଗୁଡ଼ିକ ହେତୁ ଫୋନର ବ୍ୟାଟେରୀ ମଧ୍ୟ ବାରମ୍ବାର ଶେଷ ହୋଇଥାଏ। ଯେଉଁଥିପାଇଁ ବାରମ୍ବାର ଫୋନ୍ ଚାର୍ଜିଂ ପଏଣ୍ଟରେ ରଖିବାକୁ ପଡିପାରେ।