କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହେଲା ଟେନିସ ସେଣ୍ଟର

ଶବ୍ଦ ଓଡିଶା ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟିତ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ସେହିଭଳିଏସୀୟ ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହି ଟେନିସ୍ ସେଣ୍ଟରକୁ ଅନ୍ତର୍ଜାତିକ ଟେନିସ୍‌ ମହାସଂଘ ସ୍ବୀକୃତି ପ୍ରଦାନ କରିଛି । ଏହାମଧ୍ୟରେ ସିନ୍ଥେଟିକ୍‌ କୋର୍ଟ ସହିତ ୧୪୦୦ ଦର୍ଶକ ବସିବା ଭଳି ବ୍ୟବସ୍ଥା ରହିଛି ।

ଏଥିସହିତ ଜିମ୍ନାସିୟମ୍‌, ଖେଳାଳିଙ୍କ ଚେଞ୍ଜିଂ ରୁମ୍‌, ଅଡିଟୋରିୟମ, ଅତିଥିଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ, ମିଡିଆ ରୁମ୍‌, ବ୍ରଡକାଷ୍ଟ ଓ ପ୍ରଶାସନିକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଏହି କେନ୍ଦ୍ର ଭିତରେ ରହିଛି। ଟେନିସ୍‌ କମ୍ପ୍ଲେକ୍ସ ପରିସରରେ ୮ଟି ସିନ୍ଥେଟିକ୍‌ କୋର୍ଟ ରହିଛି। ସମସ୍ତ କୋର୍ଟ ଆନ୍ତର୍ଜାତିକ ମାନର ହୋଇଥିଲା ବେଳେ ଏଠାରେ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ଓ ଏସୀୟ ଟେନିସ୍‌ ମହାସଂଘର ମ୍ୟାଚ୍‌ଗୁଡ଼ିକ ଆୟୋଜନ ହୋଇପାରିବ। ଟେନିସ୍‌ ସେଣ୍ଟରକୁ ନିର୍ମାଣ କରିବା ପାଇଁ ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଦିଆଯାଇଛି।

You May Also Like

More From Author

+ There are no comments

Add yours