Thu. Oct 15th, 2026

ଗତକାଲି ଭାରତୀୟ ନୌସେନା ପ୍ରଥମ ଅଗ୍ନିବୀରଙ୍କ ପାସିଙ୍ଗ ଆଉଟ ପ୍ୟାରଡ଼ ଅନୁଷ୍ଠିତ ହୋଇଯାଇଥିଲା। ପରେ ଆଜି ଚିଲିକାସ୍ଥିତ ନୌସେନା ତାଲିମ କେନ୍ଦ୍ର ପରିସର ପରିବର୍ତ୍ତନ ମଣ୍ଡପ ନିକଟରୁ ନୌସେନାର ମହିଳା କଲ୍ୟାଣ ସଂଘଠନ ପକ୍ଷରୁ ଅନୁଷ୍ଠିତ ଏକ କାର ରାଲିକୁ ଆନୁଷ୍ଠାନିକ ନୌସେନା ଆଡ଼ମୀରାଲ ଆର୍.ହାରୀ କୁମାର ପତକା ଦେଖାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I

ନୌସେନାର ମହିଳା କଲ୍ୟାଣ ସଂଘଠନ ମୁଖ୍ୟତଃ ମହିଳାଙ୍କ ସାମାଜିକ ବିକାଶ ପାଇଁ କାର୍ଯ୍ୟ କରିଆସୁଛି I ଏହା ସହିତ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅସହାୟ ଲୋକଙ୍କ ପାଇଁ ମଧ୍ୟ ସାହାଯ୍ୟର ହାତ ବଢ଼ାଇଥାଏ I

ଏଥର ସଂଗଠନ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସାମୁଦ୍ରିକ ତରବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ କଲିକତା ଶିବାଜୀ ନୌସେନା ଆରମ୍ଭ ହୋଇ ଗୁଜୁରାଟରେ ସମାପନ ହେବ I

ଏହି ରାଲିରେ ୧୮୦ ଜଣ ସାମିଲ ଅଛନ୍ତି I ସେମାନଙ୍କ ସହ ୨୦ ଜଣ ଅଗ୍ନିବୀର ମଧ୍ୟ ସାମିଲ ଅଛନ୍ତି I

Leave a Reply

Your email address will not be published. Required fields are marked *