ନରସିଂହପୁରରେ ଡିକି ଭାଙ୍ଗି ୨ଲକ୍ଷ ୭୫ ହଜାର ଲୁଟିନେଲେ ଦୁର୍ବୃତ୍ତ

ଶବ୍ଦ ଓଡିଶା ବ୍ୟୁରୋ: ଡିକି ଭାଙ୍ଗି ୨ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । କଟକ ଜିଲ୍ଲା କାନପୁର ଥାନା ରୁଷିପଡା ଛକରେ ଲୁଟ । ନରସିଂହପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କରୁ ଟଙ୍କା ଉଠାଇ ବାସେଳିହତା ଗାଁର ବିନୟ କୁମାର ସ୍ୱାଇଁ ଜନସେବା କେନ୍ଦ୍ରକୁ ଫେରୁଥିଲେ । କିଛି ଜରୁରୀ କାର୍ଯ୍ୟ ପାଇଁ ରୁଷିପଡା ଛକ ନିକଟରେ ଅଟକିଥିଲେ । ଛକରେ ବାଇକ ଥିବା ବେଳେ କୌଣସି ଦୁର୍ବୃତ ଡୁପ୍ଲିକେଟ ଚାବିରେ ଡିକି ଖୋଲି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ଜନସେବା ଅପରେଟର ବିନୟ ସ୍ୱାଇଁ କାନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଏତଲା ପରେ କାନପୁର ଥାନା ଅରୁଷିପଡା ଛକକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

You May Also Like

More From Author

+ There are no comments

Add yours