Wed. Oct 14th, 2026

ପପୁଲାର କମେଡି ଶୋ ‘ଦ କପିଲ୍ ଶର୍ମା ଶୋ’ରେ ଅତିଥି ଭାବେ ନଜର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ସଂପର୍କିତ ଖବର ଉପରେ ନିଜେ ଖୁଲାସା କରିଛନ୍ତି କମେଡିୟାନ ତଥା ଅଭିନେତା କପିଲ୍ ଶର୍ମା। ସେ ନିଜ ଶୋକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ଦେଇଥିବା ଖୁଲାସା କରିଛନ୍ତି। ଏହା ଉପରେ ପ୍ରଧାନମନ୍ତ୍ରୀଙ୍କଠୁ କଣ ଉତ୍ତର ମିଳିଲା ଏ ସଂପର୍କରେ ବିସ୍ତୃତ ଭାବେ କହିଛନ୍ତି କପିଲ୍ ଶର୍ମା।କପିଲ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର କମେଡି ଶୋରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଥିଲି। ହେଲେ ଏ ପର୍ଯ୍ୟନ୍ତ ତାଙ୍କ ନିକଟରୁ କୌଣସି ସକରାତ୍ମକ ସଙ୍କେତ ମିଳିନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ମନା ବି କରି ନାହାନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବ୍ୟକ୍ତିଗତ ଯେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲି, ମୁଁ ତାଙ୍କୁ କହିଲି ସାର କେବେ ଆମ ଶୋକୁ ଆସନ୍ତୁ। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମନା କରିନଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ତ ମୋର ବିରୋଧୀ ବହୁତ କମେଡି କରୁଛନ୍ତି। ଯଦି ପିଏମ ମୋଦୀ ଆମ ଶୋକୁ ଆସିବେ ତେବେ ଆମର ସୌଭାଗ୍ୟ ବୋଲି କପିଲ୍ ସେ ସମୟରେ କହିଥିଲେ।ଉଲ୍ଲେଖଯୋଗ୍ୟ, କପିଲ୍ ଶର୍ମା ଶୋରେ ଅମିତାଭ ବଚ୍ଚନ, ଶାହରୁଖ ଖାଁ, ଅକ୍ଷୟ କୁମାର ଏବଂ ସଲମାନ ଖାଁ ସମେତ ଅନେକ ବଡ ବଡ ହସ୍ତୀ ଯୋଗ ଦେଇ ସାରିଛନ୍ତି। ଏମାନେ ସମସ୍ତେ ନିଜ ଫିଲ୍ମର ପ୍ରମୋଶନ ପାଇଁ ଅନେକ ଥର କପିଲ୍ ଶର୍ମାଙ୍କ ଶୋକୁ ଆସିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ କପିଲ୍ ଶର୍ମା ଖୁଲାସା କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିଜ କମେଡି ଶୋକୁ ଆସିବା ପାଇଁ ନିମନ୍ତ୍ରଣ ଦେଇ ସାରିଛନ୍ତି।କମେଡିୟାନ କପିଲ୍ ଶର୍ମା କହିଛନ୍ତି, ଜାନୁଆରୀରେ ତାଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇଥିଲା। ସିନେମା ମ୍ୟୁଜିୟମର ଉଦଘାଟନ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ଫିଲ୍ମ ହସ୍ତୀମାନଙ୍କୁ ସମ୍ବୋଧିତ କରି ଅନେକ ଥଟ୍ଟା ପରିହାସ କରିଥିଲେ। ମୁଁ ଚାହୁଁଛି କିଛି ସମୟ ପାଇଁ ପ୍ରଧାନମନ୍ତ୍ରୀ ଆମ ଶୋକୁ ଆସନ୍ତୁ ବୋଲି କପିଲ୍ ଶର୍ମା କହିଛନ୍ତି।

Leave a Reply

Your email address will not be published. Required fields are marked *