ନାଟୁ ନାଟୁ’ ଗୀତକୁ ଓସ୍କାର

ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି।

ଏହି ବର୍ଗରେ ‌ଅନ୍ୟାନ୍ୟ ନୋମିନି ଥିଲେ, ‘ଟେଲ୍‌ ଇଟ୍‌ ଲାଇକ୍‌ ଏ ଉମାନ୍‌’ର ‘ଆପ୍ଲାଉଜ୍‌’, ‘ଟପ୍‌ ଗନ୍: ମାଭେରିକ୍‌’ର ‘ହୋଲ୍‌ଡ୍‌ ମାଇଁ ହ୍ୟାଣ୍ଡ୍‌’, ‘ବ୍ଲାକ୍‌ ପାନ୍ଥର୍‌: ୱାକାଣ୍ଡା ଫର୍‌ଏଭର୍‌’ର ‘ଲିଫ୍ଟ୍‌ ମି ଅପ୍‌’ ଓ ‘ଏଭ୍ରିଥିଙ୍ଗ୍‌ ଏଭ୍ରିହ୍ବେର୍‌ ଅଲ୍‌ ଆଟ୍‌ ୱାନ୍‌ସ୍‌’ର ‘ଦିସ୍‌ ଇଜ୍‌ ଏ ଲାଇଫ୍‌’। ମାତ୍ର ‘ନାଟୁ ନାଟୁ’ ଗୀତ ପ୍ରତିନ୍ଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ପୁରସ୍କାର ହାସଲ କରିଛି।
ଏହି ଗୀତର ସ୍ବରସଂଯୋଜକ ଏମ୍‌. ଏମ୍‌. କୀରାୱାଣି ଏବଂ ଗୀତିକାର ଚନ୍ଦ୍ରବୋଷ ମଞ୍ଚ ଉପରକୁ ଯାଇ ପୁରସ୍କାର ଗ୍ରହଣ କରିଛନ୍ତି। ଏମ୍‌. ଏମ୍‌. କୀରାୱାଣି କହିଛନ୍ତି, ଏକାଡେମିକୁ ଧନ୍ୟବାଦ। ମୁଁ ବିଶ୍ବକର୍ମାମାନଙ୍କ ଗୀତ ଶୁଣି ଶୁଣି ବଡ଼ ହୋଇ ଆଜି ‘ଓସ୍କାର୍‌’ ବିଜେତାମାନଙ୍କ ଗହଣରେ ପହଞ୍ଚି ପାରିଛି, ଏହା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ

You May Also Like

More From Author

+ There are no comments

Add yours