ଦେଶରେ ବଢୁଛି ଏଚ୩ଏନ୨ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା

ଶବ୍ଦ ଓଡିଶା ବ୍ୟୁରୋ: ମହାମାରୀ କରୋନା ପରେ ଇନଫ୍ଲୁଏଞ୍ଜା ଆତଙ୍କ । ଦେଶରେ ଏବେ ବ୍ୟାପୁଛି ଏଚ୩ଏନ୨ ଭୂତାଣୁ । ତେବେ ଏହାକୁ ନେଇ ସତର୍କ ରହିବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି । ବିଶେଷକରି ବୟସ୍କ ବ୍ୟକ୍ତି ସାବଧାନ ରହିବାକୁ ସେ କହିଛନ୍ତି । ତେବେ ଥଣ୍ଡା, କାଶ ଅଧିକ ସମୟ ଶରୀରରେ ରହୁଥିବାରୁ ଚିନ୍ତା ବଢିବାରେ ଲାଗିଛି ।

ଏଚ୩ଏନ୨ ସଂକ୍ରମଣର ଲକ୍ଷଣ
ଏଚ୩ଏନ୍-୨ରେ ପୀଡିତ ଲୋକଙ୍କ ଠାରେ ଥଣ୍ଡା, କାଶ, ଜ୍ୱର, ନାକରୁ ପାଣି ବାହାରିବା, ଶ୍ୱାସ କ୍ରିୟାରେ ସମସ୍ୟା, ଗଳା ଦରଜ, ଗଳାରେ କଫ ଜମିବା, ଦେହ ଦରଜ ଭଳି ଲକ୍ଷଣ ଦେଖାଦେଉଛି । କିନ୍ତୁ ସାଧାରଣ ଥଣ୍ଡା, କାଶ, ଜ୍ୱରଠୁ ଏହା ଅଧିକ ସମୟ ଶରୀରରେ ରହୁଥିବାରୁ ଚିନ୍ତା ବଢିବାରେ ଲାଗିଛି । ସେପଟେ ରଣଦୀପ ଗୁଲେରିଆ କହିଛନ୍ତି ଏହା ଇନଫ୍ଲୁଏଞ୍ଜା ସଂକ୍ରମଣ ଓ ପ୍ରତିବର୍ଷ ଏହି ସମୟରେ ଦେଖା ଦେଇଥାଏ ।
ଆଇସିଏମଆର କହିଛି ଯଦିଓ ଏହି ଭାଇରସ ଘାତକ ନୁହେଁ ତଥାପି ସର୍ତକ ରହିବା ଜରୁରୀ । କାଶ ଥଣ୍ଡାକୁ ଡରନ୍ତୁ ନାହିଁ । କୋଭିଡ ନିୟମ ପାଳନ କରି ସୁସ୍ଥ ରୁହନ୍ତୁ । ଆଇସିଏମଆର ପରାମର୍ଶ ଦେଇଛି…

କ’ଣ କରିବେ ?
ନିୟମିତ ଭାବେ ହାତକୁ ବାରମ୍ବାର ଧୁଅନ୍ତୁ
ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତୁ
ଫ୍ଲୁ ଭଳି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ
ଛିଙ୍କିବା ଓ କାଶିବା ବେଳେ ମୁହଁ ଓ ନାକକୁ ଘୋଡାଇ ରଖନ୍ତୁ
ପ୍ରଚୁର ପାଣି ପିଅନ୍ତୁ
କାହା ସହିତ ହାତ ମିଳାନ୍ତୁ ନାହିଁ
ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ
ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ
ସାମାଜିକ ଦୂରତା ରକ୍ଷା କରନ୍ତୁ

You May Also Like

More From Author

+ There are no comments

Add yours