ଶ୍ରୀ ମନ୍ଦିର ରେ ମେଣ୍ଢାପୋଡି ଉତ୍ସବ

ଶବ୍ଦମିଡ଼ିଆ ବ୍ୟୁରୋ:ଶ୍ରୀ ମନ୍ଦିର ରେ ମେଣ୍ଢାପୋଡି ଉତ୍ସବ

ଫାଲଗୁନ ଶୁକ୍ଳ ଚତୁର୍ଦଶୀ ଦିନ ମଧ୍ୟାହ୍ନ ଧୂପ ପରେ ଦୋଳଗୋବିନ୍ଦ , ଶ୍ରୀଦେବୀ , ଭୂଦେବୀ ପୂର୍ବ ୪ ଦିନ ପରି ନୀତି ସରିବା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳା ପାଇ ଜୟ ବିଜୟ ଦ୍ୱାର ଓ ମୁକ୍ତିମଣ୍ଡପ ସମୁଖ ଦେଇ ମହାଲଷ୍ମୀଙ୍କ ମନ୍ଦିର ଜଗମୋହନରେ ପଡିଥିବା ପଲଙ୍କରେ ବିଜେ ହୁଅନ୍ତି।
ସେଠାରେ ମୁଦିରସ୍ତଙ୍କ ଦ୍ଵାରା କିଛି ନୀତି ନିର୍ବାହିତ ହୋଇଥାଏ। ଏହାପରେ ତିନି ଚଳନ୍ତି ପ୍ରତିମା ବିମାନରେ ବଡଦାଣ୍ଡ ସଂଲଗ୍ନ ସ୍ଥିତ ଦୋଳବେଦୀ ପରିସରରେ ନିର୍ମିତ ହୋଇଥିବା ଅଗ୍ନ୍ୟୁତ୍ସବ ଗୃହରେ ଆଶୁଶିଶାନୋ ମନ୍ତ୍ର ଉଚ୍ଚାରଣ କରାଯାଇ ଅଗ୍ନି ସଂଯୋଗ କରାଯାଏ ଓ ଅଗ୍ନିର ଚତୁପାର୍ଶ୍ୱରେ ବିମାନକୁ ୭ଥର ପ୍ରଦକ୍ଷିଣ କରାଯାଏ। ଏହାପରେ ବିଧିମୁତାବକ ପ୍ରସାଦ ଲାଗି , ଶୀତଳ ଭୋଗ , ନୀତି ସରିବା ପରେ ଚଳନ୍ତି ପ୍ରତିମା ବାହୁଡା ବିଜେ କରିଥାନ୍ତି। ଏହି ଦିନର ନୀତି କୁ ରାଜାଗ୍ନିଉତ୍ସବ, ବହ୍ନି ଉତ୍ସବ ମେଣ୍ଢା ପୋଡି ଉତ୍ସବ କୁହାଯାଏ।

You May Also Like

More From Author

+ There are no comments

Add yours