ବୀରହରେକୃଷ୍ଣପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ।

ଶବ୍ଦମିଡିଆ ବ୍ୟୁରୋ:ପୁରୀ: ବୀରହରେକୃଷ୍ଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଶିକ୍ଷାନୁଷ୍ଠାନ ଗୁଡିକ ମଣିଷ ଗଢା କାରଖାନା ବୋଲି କହିଥିଲେ।୧୯୬୨ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ସମୟରେ ଏହାର ସ୍ଥିତି ଓ ବର୍ତ୍ତମାନ ର ସ୍ଥିତି ମଧ୍ୟରେ ଅନେକ ପ୍ରଭେଦ।ଭିତ୍ତିଭୂମି ର ବିକାଶ ହୋଇଛି।ତେବେ ଗୁଣାତ୍ମକ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରିଥିଲେ।ବିଶିଷ୍ଟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶିକ୍ଷାନୁଷ୍ଠାନ କୁ ମନ୍ଦିର ବୋଲି ଅଭିହିତ କରିବା ସହ ଉନ୍ନତ ଚରିତ୍ର ଗଠନ ଓ ଶୃଙ୍ଖଳା ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କର ଧେୟ ହେବା ଉଚିତ ବୋଲି କହିଥିଲେ।ସପ୍ତାହ ରେ ଅନ୍ତତଃ ଗୋଟିଏ ପିରିୟଡ଼ କୁ ନୈତିକ ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ପାଇଁ ଉପଯୋଗ ଉପରେ ସେ ଆହ୍ୱାନ ଦେଇଥିଲେ।ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ସୋଆର ଭାଇସ ଚାନସେଲର ପ୍ରଫେସର ଡା ଅଶୋକ କୁମାର ମହାପାତ୍ର ପ୍ରତି ଶିକ୍ଷାନୁଷ୍ଠାନ ରୁ ଭଲ ମଣିଷ ସୃଷ୍ଟି ହୁଅନ୍ତୁ ବୋଲି ମତ ଦେଇଥିଲେ।କେବଳ ଜ୍ଞାନ ଆହରଣ ବା ଡିଗ୍ରୀ ପାଇଁ ନୁହେଁ ମୂଲ୍ୟବୋଧ, ସଂସ୍କାର, ଉନ୍ନତ ଚରିତ୍ର ଗଠନ,ଦେଶପ୍ରେମ, ସକରାତ୍ମକ ଭାବନା, ନୂତନ ଗବେଷଣା ଓ ସୃଜନାତ୍ମକ ପ୍ରକ୍ରିୟା ମାଧ୍ୟମରେ ସାମାଜିକ ଅଭିବୃଦ୍ଧିର ବିକାଶ ହେବା ଜରୁରୀ।ସାମାଜିକ, ଶାରୀରିକ, ଆଧ୍ୟାତ୍ମିକ ଓ ମାନସିକ ସନ୍ତୁଳନ ଉପରେ ସେ ଗୁରୁତ୍ୱ ଦେଇଥିଲେ।ଅନ୍ୟତମ ବକ୍ତା କିଟ୍ ବିଜ୍ଞାନ କଲେଜର ଅଧ୍ୟକ୍ଷ ଡଃ ଚିତ୍ତ ରଞ୍ଜନ ମିଶ୍ର ପୂର୍ବାପେକ୍ଷା ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ରେ ଅନେକ ବିକାଶ ଘଟିଥିଲା ବେଳେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ର ଅବକ୍ଷୟ ଘଟୁଛି।ପୁଣି ଉନ୍ନତ ମାନର ଶିକ୍ଷା ପାଇଁ ଶିକ୍ଷକ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଚେଷ୍ଟିତ ହେବାକୁ ସେ ଆହ୍ୱାନ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ଶିକ୍ଷା, ଶିକ୍ଷାନୁଷ୍ଠାନ, ବିଦ୍ୟାର୍ଥୀ ଓ ଅଭିଭାବକ ସୁସମନ୍ୱୟ ଉପରେ ଆଲୋକପାତ କରିଥିଲେ।
ପୁରାତନ ଛାତ୍ର ସଂସଦ ସଭାପତି ଜଟାଧାରୀ ମିଶ୍ର ଏଥିରେ ସଭାପତିତ୍ୱ କରିବା ସହ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରଧାନ ଶିକ୍ଷକ ଅରବିନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ପୁରାତନ ଶିକ୍ଷକ,ଶିକ୍ଷୟିତ୍ରୀ, ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଓ ବର୍ତ୍ତମାନ ର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

You May Also Like

More From Author

+ There are no comments

Add yours