ବିଧାନସଭା ବଜେଟ ଅଧିବେଶନ: ଦ୍ୱିତୀୟ ଦିନରେ ଗୃହ ମୁଲତବୀ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ଦିନରେ ବିଧାନସଭା ଗୃହ ମୁଖ୍ୟ ବାଚସ୍ପତି ବିକ୍ରମ କେଶରୀ ମୁଲତବୀ ଘୋଷଣା କରିଛନ୍ତି।ଆଜି ଦ୍ୱିତୀୟ ଦିନରେ ଆରମ୍ବରୁ ଗୃହରେ ବିରୋଧୀଙ୍କ ହୋହଲା ସହ ନାରାବାଜି ଦେଖାଯାଇଥିଲା।ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ମଧ୍ୟ ଭାଗରେ ଆସି କଂଗ୍ରେସ ଓ ବିଜେପି ବିଭିନ୍ନ ପ୍ରସଙ୍ଗ ନେଇ ହଟଗୋଳ କରିବା ଆରମ୍ଭ କରିଦେଇଥିଲେ।ଫଳରେ ଗୃହକାର୍ଯ୍ୟ ସୁଚାରୁରୂପେ ହୋଇ ପାରି ନାହିଁ ନଥିଲା। ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

You May Also Like

More From Author

+ There are no comments

Add yours